Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Others

4  

Bidulata Sahoo

Others

ଆସ ମା ଧରାଧାମେ

ଆସ ମା ଧରାଧାମେ

1 min
230


ଆସ ମାଆ ଧରାପରେ ।

ସସାଗରା ଧରା ଚାହିଁଅଛି ପରା

                ତୁମ ଆଗମନୀ ପାଇଁ,

ଆସ ମାଆ ଆସ ସରଗୁ ଓହ୍ଲାଇ

              ଆଉ ଡେରି କରନାହିଁ ।

ତୁମପାଇଁ ଆଜି ରଖିଛି ପ୍ରକୃତି

              ସଜାଇ ଏ ଧରାଧାମ,

ମାଟିରୁ ଆକାଶ ଆକାଶରୁ ମାଟି

             ସବୁଠାରେ ତୁମ ନାମ ।

କାଶତଣ୍ଡି କରେ ଆଲଟ ଚାମର

              ଆକାଶ ଧରିଛି ଛତ୍ରୀ,

ରୂପାଜହ୍ନ ଜାଳେ ରୋଷଣୀ ମାଆଗୋ

               ଉଜାଗର ରହି ରାତ୍ରି ।

ଗଙ୍ଗଶିଉଳିର ଗାଲିଚା ବିଛାଇ

              ପବନରେ ଭରି ବାସ,

ଏ ସାରା ସଂସାର ଡାକୁଛି ତୁମକୁ

              ଆସ ମାଆ ତୁମେ ଆସ ।

ଫୁଲ ହେଉଛନ୍ତି ଫୁସୁରୁ ଫାସର

              ଦେବାକୁ ତୁମକୁ ଅର୍ଘ୍ୟ,

ଅପରାଜିତାକୁ ଅଗସ୍ତି,ବଧୁଲି

               କୁମୁଦ,କମଳ ବ୍ୟଗ୍ର ।

ଶକ୍ତି ପ୍ରଦାୟିନୀ,ଦୁର୍ଗତି ନାଶିନୀ

                ଜୟ ମାଆ ଦୁର୍ଗା ଜୟ,

ତୁମ ଆଗମନେ ଧରଣୀ ବକ୍ଷରୁ

               ପାପରାଶି ହେଉ କ୍ଷୟ ।

ଧନୀଠୁ ଗରିବ ପିଲାଠାରୁ ବୁଢ଼ା

               ସଭିଁଏ ସଂନ୍ତ୍ରସ୍ତ ଆଜି,

ତୁମ ଆଗମନେ ଦୂରହେଉ ଭୟ

                ଯାଉ ଏ କରୋନା ପାଜି ।

ଯୁଗେଯୁଗେ ମାଆ ବିପଦବେଳରେ

                 ଆସତୁମେ ଅବତରି,

ସେହିଶୁଭବେଳା ଉପଗତ ଏବେ

                 କରନାହିଁ ଆଉ ଡେରି ।

ତୁମ ଆଗମନେ ଫୁଟିଉଠୁ ମାଆ

              ଦୁଃଖିର ଓଠରେ ହସ,

ଅନ୍ୟାୟ ବିରୁଦ୍ଧେ ଲଢ଼ିବା ପାଇଁକି

               ଦିଅ ମା ତାକୁ ସାହାସ ।

ଚାରିଆଡ ମାଆ ସ୍ୱଚ୍ଛ ତୁମପାଇଁ

               ଚାରିଆଡ ସୁନିର୍ମଳ,

ମନକୁ ଆମର ସ୍ୱଚ୍ଛ କର ମାଆ

              ଏତିକି ମାଗୁଣୀ ମୋର ।


Rate this content
Log in