ଆସ ଖେଳିବା ହୋଲି
ଆସ ଖେଳିବା ହୋଲି
1 min
23.4K
ଆସ ଖେଳିବା ହୋଲି
ସବୁ ଜଞ୍ଜାଳ କୁ
ଦେଇ ଜଳାଞ୍ଜଳି
ଆସ ଖେଳିବା ହୋଲି,
ଜୀବନ ର ସବୁ
ରଙ୍ଗ କୁ ଭୁଲି
ଖାସ ପ୍ରେମ ର
ରଙ୍ଗ ବୋଳି
ଆସ ଖେଳିବା ହୋଲି l
ଛାଡି ହିଂସା ଦ୍ୱେଷ
ଭୁଲି ରାଗ ରୋଷ
ଆସ ଖେଳିବା ହୋଲି
ପରମ ସ୍ରଷ୍ଟା ଯେ ପରମ ପିତା
ତାଙ୍କୁ ଏତିକି କରିବା ଅଳି,
ନ ଛାଡୁ ଏ ରଙ୍ଗ,
ନ ରହୁ ବିଭେଦ
ଚତୁର୍ଦ୍ଦିଗେ ଖେଳି ଉଠୁ
ଆନନ୍ଦ ଲହରୀ
ଆସ ଖେଳିବା ହୋଲି l
ଆଜି ରଙ୍ଗ ରେ ଭାଇରସ
ଭାବନା ରେ ଭାଇରସ
ତଥାପି, ଆସ ଖେଳିବା ହୋଲି,
ପ୍ରେମ ଓ ବିଶ୍ୱାସ ର
ପ୍ରତିଷେଧକ ନେଲେ
ଭାଇରସ ର ଭୟ ଯିବ ଟଳି l
