STORYMIRROR

Pranati Mahapatra

Others

3  

Pranati Mahapatra

Others

ଆସ ହେ ନୂଆବରଷ

ଆସ ହେ ନୂଆବରଷ

1 min
340



ଅପେକ୍ଷା କରିଛି ତୋତେ

ହେ ନୂଆ ବରଷ,

କେତେ ଶୀଘ୍ର ତୁ ଆସିବୁ ବୋଲି।

ତୁ ଆସିଲେ କିଛି ସମୟ ପାଇଁ

ହୁଏତ ବଦଳିଯିବ,

ମୋ ନଗ୍ନତାର ରୂପରେଖ।

ବଦଳିଯିବ ମୋ କ୍ଷୁଧା

ଜର୍ଜରିତ ଯନ୍ତ୍ରଣା ଓ

ଲିଭିଯିବ ଏ ଅସହ୍ୟ ଶୀତରବେଦନା

ବର୍ଷକର ପୂଣ୍ୟ ଆଶାରେ

ଧାଇଁ ଆସିବେ,

ଭାଗ୍ୟବାନ ମାନେ ଏ

ପ୍ଲାଟ୍ ଫର୍ମର ଯଜ୍ଞ ବେଦୀକୁ।

ଉଲଗ୍ନ ପ୍ଲାଟ୍ ଫର୍ମର

ବୁକୁଚିରା ଶବ୍ଦକୁ

କିଛି କ୍ଷଣ ନୀରବ କରିବାକୁ।

ପୁରୁଣା ସାର୍ଟ, କମଳ,ପଲିଥିନ,

ଅବ୍ୟବହୃତ ଜୋତା ସହ

କିଛି ଖାଦ୍ୟ ଫିଙ୍ଗି ଦେଇ ,

ଫଟୋ ଉଠାଇ,

ବଦାନ୍ୟତା ଦେଖାଇବାକୁ।

ଖୋଲା ଆକାଶ ତଳେ କୁହୁଡ଼ି ଚାଦର

ଓ ଶୀତର ଓଢଣା ତଳେ ଥିବା,

ପରିଚୟ ହୀନଙ୍କୁ,

ଉପହାସ କରିବାକୁ।

ସରକାରଙ୍କର ସବୁ ଯୋଜନାରୁ

ମୁକ୍ତ ଥିବା ନିରାଶ୍ରୟ

ସୈନିକ ର ଯୁଦ୍ଧକୁ ଦେଖିବାକୁ।

ସୁଖଶାନ୍ତି,ଖୁସିଆରାମ ଓ ଜୀବନସହ

ସଂଘର୍ଷରତ ଜୀବମାନଙ୍କୁ।

ଅପେକ୍ଷା କରିଛି ହେ ନୂଆ ବରଷ,

କ୍ଷୁଧାର୍ତ୍ତ ଶାଗୁଣା ପରି

ସେ ସବୁକୁ ପାଇବାକୁ।

କିଛିସମୟ ଖୁସିରେ ପାଗଳ ହେବାକୁ

ଆଉ ବଧେଇ ଜଣେବାକୁ,

ତୁମେ ଶୀଘ୍ର ଆସ

ହେ ନୂଆ ବରଷ।

ଆଉ ସଭିଙ୍କର ଅନ୍ତର୍ଆତ୍ମଚେତନା

ଜାଗ୍ରତ କର ନୂଆ ବରଷ।

ନୂଆ ଏକ ଯୋଜନା କର

ଖାସ୍ ଆମ ମାନଙ୍କ ପାଇଁ।

ପ୍ଲାଟ୍ ଫର୍ମ,ମନ୍ଦିର, ରାସ୍ତାକଡ଼ରେ,

ଶୋଉଥିବା,ରହୁଥିବା,

ଅସହାୟ, ବାସହୀନ

ଶ୍ରେଷ୍ଠ ଜୀବନର ।

ତୁମେ ଶୀଘ୍ର ଆସ,

ଏ ଅସହ୍ୟ ଶୀତରୁ ମୁକ୍ତି ଦିଅ।

ଏ ବର୍ଷ ଆମମାନଙ୍କ ପାଇଁ

ମଙ୍ଗଳମୟ ହେଉ।

ନୂଆ ବର୍ଷର ନୂଆ ଯୋଜନାରେ

ଆମେ ମାନେ ଉପକୃତ ହେଉ।

ତୁମେ ଶୀଘ୍ର ଆସ

ହେ ନୂଆ ବରଷ।


ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in