STORYMIRROR

sasmita sahoo

Others

3  

sasmita sahoo

Others

ଆସ ହେ ଦଶଭୁଜା

ଆସ ହେ ଦଶଭୁଜା

1 min
14.1K


ହେ ଦଶଭୁଜା ତୁହି ମା' ଦୁର୍ଗା

ଧରାକୁ ଓହ୍ଲାଇ ଆସ,

ଦଶଭୁଜା ତୁମ ବ୍ୟବହାର କରି

ଦୁଖୀ ଦୁଃଖ କର ନାଶ ।।

ପ୍ରଥମ ଭୂଜରେ ମାରିବୁ ଲୋ ମାଆ

ଏ ଦେଶରୁ ଭ୍ରଷ୍ଟାଚାର ,

ଦ୍ଵିତୀୟ ଭୂଜରେ ଦାରିଦ୍ର୍ୟକୁ ତୁହି

କରିବୁ ଦେଶୁ ବାହାର ।।

ତୃତୀୟ ଭୂଜରେ ଧ୍ଵଂସ କରିବୁ

ଅତ୍ୟାଚାରକୁ ତୁହି,

ଚତୁର୍ଥ ଭୂଜରେ ଅଶିକ୍ଷାକୁ ତୁହି

ବିନାଶ କରିବୁ ରହି ।।

ପଞ୍ଚମ ଭୂଜରେ ସଂହାର କରିବୁ

ନାରୀ ନିର୍ଯାତନା ତୁହି,

ଷଷ୍ଠ ଭୂଜରେ କନ୍ୟା ଭୃଣହତ୍ୟା

ଦେବୁ ତୁ ମୂଳୁ ଉଠାଇ ।।

ସପ୍ତମ ଭୂଜରେ ବିନାଶ କରିବୁ

ଯଉତୁକ ବଳାତ୍କାର ,

ଅଷ୍ଟମ ଭୂଜରେ ଚୋରି ଠକେଇକୁ

ତଡ଼ିବୁ କରି ପ୍ରହାର ।।

ନବମ ଭୂଜରେ ଉଠାଇ ଦେବୁ ତୁ

ଶିଶୁଶ୍ରମ ଵୃଦ୍ଧାଶ୍ରମ ,

ଦଶମ ଭୂଜରେ ଭୋକିଲାଙ୍କୁ ତୁହି

କରିବୁ ଯେ ଅନ୍ନ ଦାନ ।।

ଅନ୍ୟାୟ ଅସତ୍ୟ ବଧ ତୁ କରିବୁ

ଧର୍ମର ଅସ୍ତ୍ର ବଳେ ,

ଏତିକି ମାଗୁଣି ରହିଲା ମା' ଗୋ

ତୋହରି ଚରଣ ତଳେ ।।

ସସ୍ମିତା ସାହୁ, ନାସିକ


Rate this content
Log in