STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଆସ ଦେଶ ଲୁଟିବା

ଆସ ଦେଶ ଲୁଟିବା

1 min
14.3K


ଯାଦବ ମଉଡ ମଣି ଲାଲୁ ଲାଲା ସମାଜବାଦୀ ରକତ

ଗୋଖାଦ୍ୟ ଖାଇଣ ପ୍ରମାଣ କରିଲେ ଶ୍ରୀମଦ୍ଭାଗବତ ଉକ୍ତ।

ଆହାରେ ବିହାରେ ଭଲ ମନ୍ଦ ନାହିଁ ଯାହା ମିଳେ ଖାଇଯାଅ

ଜିଅଲକୁ ଯଦି ଯିବାକୁ ପଡୁଛି ଛନ୍ତି ସ୍ତ୍ରୀ ପୁଅ ଝିଅ ।

ହର୍ଷାଦ ମେହେଟା ହସିହସି କରି ବୋଳିଲେ ଆମକୁ ଚୁନ

ଅଟାଭିଓ କୁତରାଚି ମହାଶୟ ଗିଳି ବୋଫର୍ସ କମାଣ ।

କାନିମୋଝୀ ଡି ରାଜା ମିଶିକରି ଗିଳିଲେ ସ୍ପେକ୍ଟ୍ରମ ଟୁଜି

ଆମ୍ମାଙ୍କର ଯୋତା ସୁନାହୀରା ଲଗା ଦେଖି ହେଉଥାଅ ଭଜି ।

ବିଜୟର ମାଲ୍ୟ ଗଳାରେ ଲଂବାଇ ଐଶ୍ୱର୍ଯ୍ୟ ଭୋଗ କରିଲେ

ବ୍ୟାଙ୍କ୍ ଶିଳ୍ପକୁ ଅଚଳ କରାଇ ଫୁର କିନା ଉଡିଗଲେ ।

ଚିଟ୍ ଫଣ୍ଡ୍ ଖୋଲି ଲୋଭୀ ନିବେଶକେ ପାନେ ଦେଲେ ଠକଦଳ

ରାତାରାତି ବଡଲୋକ ହେବା ନିଶା କରଇଟି କଲବଲ ।

ଇଂଜିନିୟରିଂ କଲେଜ ଖୋଲାଇ ଲକ୍ଷ ଲକ୍ଷ ଡୋନେସନ

ପାଠ ଛଡା ସବୁ ସେଠାରେ ମିଳିବ ଫି ସାଲ ପ୍ରମସନ ।

ବିଦେଶୁ ଆଣିବେ କଳାଟଂକା ମୋଦି ଚାହିଁଥା ଭାରତ ବାସୀ

ଲତିତ ମୋଦୀଠୁ ନିରବ ସଭିଏ ବିଦେଶ ପଳାନ୍ତି ଖସି ।

ବିଦେଶରୁ ଟଂକା ଆସିବକି ଯିବ ବୁଝିହୁଏ ନାହିଁ କିଛି

ଜନତାଙ୍କୁ ଠକି ନେତାଙ୍କର ଖେଳ ଧିକ ନେତା ଛି ଛି ।

ପଇସା ଯେ ସଂଚେ ବ୍ୟାଙ୍କ୍ ରେ ରଖେ କୃପଣ ଆଖ୍ୟାଟି ନିଏ

ଋଣ କରି ଯିଏ ଘିଅ ପିଏ ଦେଶ ମେରୁଦଣ୍ଡ ଭାଂଗିଦିଏ ।

'କାଟି ଖାଅ କୁଟି ପିଂଧ' 'ଆୟ ଦେଖି ବ୍ୟୟ କର' ସାଧୁବାଣୀ

ଅଚଳ ହେଲାଣି ଲୁଟିଆ ମାତିକି ସଂସ୍କୃତି ଖାଆନ୍ତି ଝୁଣି ।

ହର୍ଷାଦ ବିଜୟ ଲଳିତ ନିରବ ସୁଖେଥାଅ ଭାଇମାନେ

ତୁମ ଠକେଇକୁ ଭରଣା କରିବୁ ଜିଏସଟି ଆଇଟି ଦାନେ


Rate this content
Log in