STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ଆସ ଆସ ମା ଅଭୟା

ଆସ ଆସ ମା ଅଭୟା

1 min
13.1K



• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ଆସ ଆସ ମା ଅଭୟା

• ବିଶ୍ବ ଜନନୀ ଦୁଃଖ ନାସିନୀ ,ଦେବୀ ଦୁର୍ଗେ ମହାମାୟା

• ଆସ ଆସ ମା ଅଭୟା …।।

• ଶାରଦୀୟ ଶୁଭ ବାସରେ ଜନନୀ

• ତୋର ନିରାଯନା ପାଇଁ ଏ ଧରଣୀ

• କେଡେ ମନୋହର ରୂପକୁ ତାହାର , ସଜାଇ ହୋଇଛି ଠିଆ

• ଆସ ଆସ ମା ଅଭୟା…।।

• ଶଶ୍ୟ ଶ୍ୟାମଳା ବରଣା କାଶ୍ୟପୀ

• ଉତ୍କଣ୍ଠିତ ଚିତ୍ତେ ଆଗୋ ମହାଦେବୀ

• ହୋମ,ଜଜ୍ଞ,ମନ୍ତ୍ର ବ୍ରାହ୍ମଣ ପଣ୍ଡିତ , ଡାକନ୍ତି ଆସ ବିଜୟା

• ଆସ ଆସ ମା ଅଭୟା…।।

• ଶାର୍ଦ୍ଦୁଳ ବାହାନେ ଦେବୀ ଦଶଭୁଜା

• ସଙ୍ଗେ ଘେନି ପଦ୍ମା,ଶାରଦା ବିରଜା

• ହୁଅ ବିରାଜିତ ଡାକନ୍ତି ଭକତ , ବିସ୍ତାରି ତୋହର ମାୟା

• ଆସ ଆସ ମା ଅଭୟା…।।

• ଶକ୍ତିଧର, ଦୈମାତୁର ଯୁଦ୍ଧବେଶେ

• ବ୍ରହ୍ମା,ବିଷ୍ଣୁ, ଶିବ ଅଛନ୍ତି ତୋ ପାସେ

• ଦୈବୀ ଶକ୍ତି ବଳେ ଏ ମହୀ ମଣ୍ଡଳେ , ବିତରିଦେ ତୋର ଦୟା

• ଆସ ଆସ ମା ଅଭୟା…।।

• ବିକଟ ରାକ୍ଷସ ମହୀଷା ଅସୁର

• ଧାର୍ମୀୟ ଭାବନା କରେ ଛାରଖାର

• ଦୁଃଖ ବଢେ ବଢେ ପାପର ଉତ୍ପାତ , ତ୍ରାହି କର ଯୋଗମାୟା

• ଆସ ଆସ ମା ଅଭୟା…।।


Rate this content
Log in