STORYMIRROR

Kumarlal Rana

Others

3  

Kumarlal Rana

Others

ଆସ ଆସ କୁମ୍ଭାର ହେ କୁମ୍ଭ ଦୀପ ଆଣି

ଆସ ଆସ କୁମ୍ଭାର ହେ କୁମ୍ଭ ଦୀପ ଆଣି

1 min
246

ଆସ ଆସ କୁମ୍ଭାର ହେ କୁମ୍ଭ ଦୀପ ଆଣି l

ଜଳ ଭଣ୍ଡାରେ ରଖିଛି  ଗଙ୍ଗା ଧାର ପାଣି l

ତୁମରି ପାଦକୁ ମୁଁ  ଧୋଇବି  ବେନି ହାତେ l

ବସିବାକୁ ପଲଙ୍କଟି ଆଣିବି ନିକଟେ l

ଆରାମେ ବସିବ  ତୁମ୍ଭେ  ହେ କୁମ୍ଭାର ଭାଇ l

ବିନତି  ଆମର ଦେଖ  ଭୁଲିଯିବ ନାହିଁ l

ଆଶାରେ ପାଳୁଛ ଗଢ଼ି କୁମ୍ଭ  ହାଣ୍ଡିଦୀପ l

ସଂସାରେ   ବିଖ୍ୟାତ  ଭାବ ଦିଶେ ଦପଦପ l

ମାଟିକୁ ଛୁଇଁଲେ  ସୁନା ହୁଏ ତୁମ ହାତେ l

ଧନ୍ୟ ହେ କୁମ୍ଭାର ଅଛ  ଏ  ପୂଣ୍ୟ ଜଗତେ l


Rate this content
Log in