ଆସ ଆମେ ବୁଲିଯିବା
ଆସ ଆମେ ବୁଲିଯିବା
1 min
215
ହିପ୍ ହିପ୍ ହୁରରେ, ଗାଡି ଯାଏ ଗଡିରେ,
ଜୀବନର ଚଲାପଥେ ଅଙ୍କାବଙ୍କା ରାସ୍ତାରେ |
ଜୀବନଟା ସତେ ଅବା ଚୁଲ୍ ବୁଲି ଝରଣା,
କେବେ ହଜିଯିବ କାହିଁ ନାହିଁ ତାର ଠିକଣା |
ଯେତେ ଦିନ ଜୀଇଁଥିବା ଖୁସି ଆମେ କରିବା,
ଖୁସିର ପିଆଲାରେ ଏ ଜୀବନକୁ ଭରିବା |
ସାଙ୍ଗସାଥୀ ବୁଲିଯିବା ଆସ ଆମେ ଏକାଠି,
ବାହାରେ ରହିଛି ବହୁ ନୈସର୍ଗିକ ଶୋଭାଟି |
ହାତ ଠାରି ଭସାମେଘ କହେ ସେତ ଆମକୁ,
ଘରେ ଖାଲି ରୁହ ନାହିଁ ଆସ ମୋର ପାଖକୁ |
ଦରିଆର ନୀଳଢ଼େଉ ମଥା ପିଟି କୂଳରେ,
କହେ ଦୂରେ ନୁହେଁ ଆସି ଖେଳ ମୋର ସାଥୀରେ |
ବାଟରେ ଆମେ ଅନେକ ସାଙ୍ଗସାଥୀ ଭେଟିବା,
ହ୍ୟାଲୋ,ହାଏ,କହି ତାଙ୍କ ସାଥେ ଆମେ ମିଶିବା |
ବୁଲିବାରେ ମଜା କେତେ ସେଇ ଏକା ଜାଣିଛି,
ସାଙ୍ଗସାଥୀ ସହ ଯିଏ ବୁଲିବାକୁ ଯାଇଛି |
