STORYMIRROR

pranati Mahapatra

Others

4  

pranati Mahapatra

Others

ଆସ ଆଜି ଯିବା ଅନୁଗୁଳ ଜିଲ୍ଲା

ଆସ ଆଜି ଯିବା ଅନୁଗୁଳ ଜିଲ୍ଲା

1 min
6


ଉଣେଇଶ ତେୟାନବେ ଏପ୍ରିଲ ଏକ

ସ୍ଵତନ୍ତ୍ର ମାନ୍ୟତା ପାଇଲା ଆମ ଜିଲ୍ଲା ଅନୁଗୁଳ,

ତେଷଠିଶହ ପଞ୍ଚସ୍ତରି ବର୍ଗକିଲୋମିଟର

 ଅଟେ ତ ଆମ ଜିଲ୍ଲାର କ୍ଷେତ୍ରଫଳ। (୧)


ଚାରୋଟି ଉପଖଣ୍ଡ ଆଠଟି ବ୍ଲକ ଆଠଟି ତହସିଲ

ଦୁଇଟି ପୌରପରିଷଦ ଏକଟି ବିଜ୍ଞାପିତ ଅଞ୍ଚଳ

ତେଇଶି ପୋଲିସ ଥାନା ଦୁଇଶହ ପଚିଶି ଗ୍ରାମ ପଞ୍ଚାୟତ

ଉଣେଇଶହ ତିରିଶି ଗ୍ରାମ ଯେ ଆମ ଅନୁଗୁଳ।(୨)


୨୦୧୧ ଜନଗଣନାରେ ୧୨,୭୩,୮୨୧ ଜନସଂଖ୍ୟା

୬,୫୫,୭୧୮ ପୁରୁଷ,୬,୧୮,୧୦୩ ଜଣ ମହିଳା

ସାକ୍ଷରତା ହାର ଏଠାରେ ୬୮.୯୬ଶତକଡା

ପାଞ୍ଚଟି ବିଧାନସଭା ମଣ୍ଡଳୀକୁ ନେଇ ଆମ ଅନୁଗୁଳ।(୩)


କନ୍ଧରାଜା ସୁନାଶ ନାମେ ସୁନାଶଗଡ଼ ପର୍ବତ

ସହର ମଝିରେ ପର୍ବତେ ବୁଢ଼ୀ ଠାକୁରାଣୀ ଅଧିଷ୍ଠିତ

ସହରର ଆନ ପାଖରେ ବୁଢା ଠାକୁର ପୂଜିତ

ସୁନାଶଗଡ଼ ପର୍ବତରେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ।(୪


ଭାଦ୍ରବ କୃଷ୍ଣ ଦ୍ଵିତୀୟାରେ ବାଗେଡିଆ ଗ୍ରାମରେ

ମାଆ ରାମଚଣ୍ଡୀଙ୍କୁ ପୂଜା କରନ୍ତି ମହାନନ୍ଦରେ

ଆଠମଲ୍ଲିକ ଉପଖଣ୍ଡେ ବିନିକେଇ ଗ୍ରାମରେ

ମାଆ ବିନିକେଇ ଦେବୀ ପୂଜିତ ଅନୁଗୁଳରେ। (୫)


ଅନୁଗୁଳ ଠାରୁ ୧୭କିଲୋମିଟର ଦୂରରେ

ଲୋଭୀ ଠାକୁରାଣୀ ପୂଜା ପାଆନ୍ତି ଏଠାରେ

କେତେ ଦେବା ଦେବୀଙ୍କ ସ୍ଥଳ ଅଟେ

ଆମ ଅନୁଗୁଳ ହେଜୁଥାଅ ସର୍ବେ ମନରେ।(୬)


ଚାରିଶହ କୋଡ଼ିଏ ଫୁଟ ଲମ୍ବ ଆଠଫୁଟ ପ୍ରସ୍ଥ

ପୂଜା ପାଆନ୍ତି ଏଠାରେ ବିଷ୍ଣୁ ଙ୍କ ଶାୟିତ ମୂର୍ତ୍ତି

ଭାରତର ଦ୍ଵିତୀୟ ବୃହତ୍ତମ ଏହି ପ୍ରସ୍ତର ମୂର୍ତ୍ତି

ଅନୁଗୁଳ ଜିଲ୍ଲାରେ ଜାଣ ଏବେ ପୂଜା ପାଆନ୍ତି।(୭)


ଯିବା ମହାନଦୀର ସାତକୋଶିଆ ଗଣ୍ଡ

ପର୍ଯ୍ୟଟନ ସ୍ଥଳୀ ଜରାଜୀର୍ଣ୍ଣ ରାଜପ୍ରାସାଦ 

ଅନୁଗୁଳ ଜିଲ୍ଲାର ବୁଲାଝର ସ୍ଥାନେ

ତିରିଶ ଜିଲ୍ଲାରୁ ଏ ଅନୁଗୁଳରଖିଥା ମନେ।(୮)


ଯେତିକି ଜାଣିଲି ସେତିକି ଲେଖିଲି

ଅନୁଗୁଳ ବିଷୟରେ,

ଦୋଷ ଥିଲେ କ୍ଷମା କରିବ ବନ୍ଧୁ ହେ

ତୁମର ବଡ଼ ପଣରେ। (୯)


ଅନନ୍ତକୁଣ୍ଡ ଯେ ତପ୍ତକୁଣ୍ଡ

ଜୀବନ୍ତ ଅଗ୍ନିକୁଣ୍ଡ,

ଅନୁଗୁଳରେ ରହିଅଛି

ହିମକୁଣ୍ଡ ଲବକୁଣ୍ଡ। (୧୦)




Rate this content
Log in