Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଆର୍ଯ୍ୟ ପୁତ୍ର

ଆର୍ଯ୍ୟ ପୁତ୍ର

1 min
478


ଆହେ ଆର୍ଯ୍ୟ ପୁତ୍ର, କାହିଁକି ଭାବୁଛ

   ଶିଶୁ ତୁମେ,କ୍ଷୁଦ୍ର ଦ୍ରୁମ ।

କି ପାଇଁ ମନରେ ଏତେ ଦୁର୍ବଳତା

   ଥାଇ ଏତେ ପରାକ୍ରମ ।।


କ୍ଷୁଦ୍ର ଅତି କ୍ଷୁଦ୍ର  ବୀଜ ର ଭ୍ରୁଣରୁ

   ମହା ଦ୍ରୁମ ର ଉତ୍ପତ୍ତି ।

ଜଳ କଣା, ଜଳ ବିନ୍ଦୁରେ ବିନ୍ଦୁରେ

   ମହୋଦଧି ର ସଂସ୍ଥିତି ।।


ଶିଶୁ ତୁମେ ନୁହଁ, ଅନାବିଳ ଅର୍ଘ୍ୟ

    ଈଶ୍ୱରଙ୍କ ଅନ୍ତରଙ୍ଗ ।

ହସରେ ତୁମରି  ବିଶ୍ୱ ପରିକ୍ରମା

  କ୍ଲାନ୍ତିରେ ସାନ୍ଧ୍ୟ ବିହଙ୍ଗ ।।


ମହା ଅସତ୍ୟରେ ଧ୍ରୁବ ସତ୍ୟ ତୁମେ

   କ୍ଷୁଦ୍ର ରୂପେ ମହା ଦ୍ରୁମ ।

ପ୍ରଳୟ ପାପରେ  ନିଷ୍ପାପ ନିର୍ଲିପ୍ତ

   ନିର୍ବଳ ରୂପେ ବିକ୍ରମ ।।


ତୁମରି ହୃଦୟେ   ହୃଦୟ ମିଶିଛି

    ଅଖଣ୍ଡ ଈଶ୍ୱରଙ୍କର ।

ନାହିଁ ଛଳ ନାହିଁ  କପଟ,କଳଙ୍କ

   ଚିର ଶାଶ୍ୱତ ଭାସ୍ୱର ।।


ବିଶ୍ୱ ପରିକ୍ରମା ଯଶୋଦା ଦେଖିଲେ

   ସେଦିନ ତୁମ କଣ୍ଠରେ ।

ଚକ୍ଷୁରେ ତୁମରି  ତେଜିଆନ ଶିଖା

   ବିଶାଳ ବିଶ୍ୱ, ବକ୍ଷରେ ।।


ଧ୍ରୁବ ପ୍ରହଲ୍ଲାଦ   ଅମ୍ଳାନ ଆହ୍ଲାଦ

   ଶକ୍ତିରେ ଶକ୍ତିରେ ଶକ୍ତ ।

କେତେକେତେ ଭୀରୁ କେତେ ମହାମେରୁ

   ତାଙ୍କରି ହସ୍ତେ ନିହତ ।।


କ୍ଷୁଦ୍ର ନୁହଁ ତୁମେ ରୁଦ୍ର ନୁହଁ ତୁମେ

  ବୃହତ୍ତ,ସୁରମ୍ୟ,ସୁଶାନ୍ତ ।

ସ୍ନିଗ୍ଧ ସାନ୍ନିଧ୍ୟର  ସିଦ୍ଧ ସିଦ୍ଧେଶ୍ୱର

   ଦିବ୍ୟ ଦର୍ଶନେ ସମ୍ଭ୍ରାନ୍ତ ।।


ତୁମରି ପଦର  ଅମୃତ ପରଶେ

   ଶୁଷ୍କ ହୁଏ ଦୁର୍ବାଦଳ ।

ମହା ସଂଗ୍ରାମର ସାର୍ଥକ ସାରଥୀ

   ଭବିଷ୍ୟତର ସମ୍ବଳ ।।


ତୁମଠି ଦିଶୁଛି,ଦେଖି ମୁଁ ପାରୁଛି

   କର୍ମଠ କୃତିରେ ପ୍ରଜ୍ଞା ।

ଅନନ୍ତ ତୁମରି ଲକ୍ଷ୍ୟ ଓ ସାଧନା

  ହେଉ ଜୀବନର ସଂଜ୍ଞା ।।


ହେ ପୁଣ୍ୟ ଉଦ୍ଭବ ସଭିଙ୍କ ସଦ୍ଭାବ

   ନିତ୍ୟ ସତ୍ୟ ସୁସନ୍ତାନ ।

ତୁମ ରଙ୍ଗ ନେଇ ତୁମକୁ ହସେଇ

   ବଢିବ ଜାତିର ମାନ ।।


ଜାତି କର୍ମବୀର  ହୁଅ ଧୂଆଁଧାର

   ସୈନିକ,ଶତ୍ରୁକୁ ହେଜି ।

ଦେଶ ନିରେଖିଛି ତୁମରି ନାଆକୁ

  ଜାଗ ହେ ନାଉରୀ ସାଜି ।।


Rate this content
Log in