ଆରମ୍ଭ
ଆରମ୍ଭ
ନିମିଷକେ ବିତେଇଥିବା ଜୀବନରୁ ସାଉଁଟୁଥିବା କଳରବ..
ସଜେଇ ହେଇ ବିତେଇଥିବା ରଜନୀର ଆବାହନ.....
ଉତ୍ତଙ୍ଗ ଶୀଖରୁ ଫେରୁନଥିବା ଦୃଶ୍ୟମାନର ପ୍ରହେଳିକା ...
କଣ ଏମିତିଥିଲା ଯେ??
କମ୍ ପଡିଲା ଯେତେକ ବାତ୍ସଲ୍ୟ ପ୍ରେମ ?
ତା ସହିତ ପୁଣି ବି କମ୍ ପଡିଲା
ବିତେଇଥିବା କଅଁଳ ଶେଜରେ
ଆ ଜହ୍ନମାମୁଁ ସରଗ ଶଶୀ?
ତ ନିର୍ଜଳା ଓପାସ କରୁଥିବା
ରବିନାରାୟଣ ବ୍ରତର ଛାତିଲଗା ପେଟ ..
ପୁଣି ଟାଉଁସା ଝାଳୁଆ ଛାତିର
ଗଣି ହେଇ ଯାଉଥିବା ପିଞ୍ଜରାହାଡ
ଅବଗୁଣ୍ଠନରୁ ମୁକୁଳିବାକୁ
ମନା କରୁଥିବାମନ .....
ପକ୍ଷୀଲଗା ଚଢେଇର ଅପଳାପ ଆସ୍ଥାନ ,
ପଛରେ ରହିଗଲା ସିନା ....
ଜୀବନ ମରୁ ପର୍ବତ
ମରିଚିକା ଉହାଡୁ ହାତଠାରୁଥିଲା.....
ପେଚା କୁନ୍ଥାଣ ସଜନା ଡାଳରୁ
ରହିରହି ଶୁଭିବା ବେଳକୁ ,
କୋକେଇ ବନ୍ଧା ଶୀତୁଆ ସକାଳ
ଚିକ୍କଣ କରି ତୋଳୁଥିଲା
ଆଉ ନଫେରିବାର ଆବାହନୀ ସଂଗୀତ
ଶେଷର ପୁଣି ଶେଷ କଣ
ଆରମ୍ଭର ଅୟମାରମ୍ଭ ମାତ୍ର ସିନା.....
