ଆପଣା ପର
ଆପଣା ପର
1 min
172
ଆପଣାର ଲୋକ ଯଦି ହୁଅନ୍ତି ପର
କାହାକୁ ବା କହିବା ଏ କଥା
ନ ଗଲେ ନ ଆସିଲେ ଏଠି କାଳେ
କୁଟୁମ୍ଵ ହୋଇଯାଏ ପର ।
ବିପଦ ବେଳେ କାହିଁ କେଜାଣି
ନିଜ ଲୋକ ସବୁ ମୁଁହ ମୋଡନ୍ତି
ଭିତରେ ଭିତରେ ହସୁଥାନ୍ତି
ବାହାରକୁ କରି ଭାରି ଆଦର ।
ଏଠି କେହିନୁହେଁ କାହାର
ପର ହୁଏ ନିଜର
ପୁଣି ନିଜର ହୁଏ ପର
ଚାରିଆଡେ ସ୍ଵାର୍ଥର ଜହର ।
ଚିହ୍ନା ମୁହଁ ଅଚିହ୍ନା ଲାଗେ
ରଙ୍ଗ ବଦଳେ ସମୟର ଡାଳେ
ହାତ ଲମ୍ଵିଯାଏ ଅଚିହ୍ନା ମଣିଷଙ୍କର
ବିବେକର ଡାକେ ଯୋଡିହୁଏ
ଗୋଟେ ଗୋଟେ ନୂଆ ସମ୍ପର୍କ।
ଭଲ ପାଇବାରେ କଣ ଥାଏ
ଚିହ୍ନା ଅଚିହ୍ନା ପର ଆପଣାର
ଝରଝର ପାହାଡି ଅମୃତର ଝରଣାଟିଏ ସେ
ଝରିପଡେ ତଳକୁତଳକୁ
ଗାଇ ଗାଇ ପ୍ରେମର ସଙ୍ଗୀତ ।
