ଵାପା
ଵାପା

1 min

97
ଡର ପାରେନା ଡରେଇ
ଅନ୍ଧାର ଯାଏ ହଟି
ବାପା ଥିଲେ ପାଖେ
ଛାତି କୁଣ୍ଢେ ମୋଟ
ଦୁଃଖ ପାରେନା ପଶି।
ଆଖିର ଲୁହ ହୋଇଯାଏ ସ୍ଥିର
ଶୁଣି ଗେଲିମା' ଡାକ
ବାପା ଥିଲେ ସାଥେ
ସବୁ ଖେଳନା ତ ଅଛି
ଅଛି ସବୁ ସାଥି ସଙ୍ଗାତ।
ବାପାଙ୍କ କାନ୍ଧରେ ବସିଲେ
ଦୁନିଆଟା ଲାଗେ ଆପଣାର
ବେଲୁନ ବାଲାର ସବୁ ବେଲୁନ
ଫେରିଓ୍ବାଲା ଭଜା ବୁଟ
ଆଉ ଦୋକାନର ମିଠେଇ ହୁଏ ନିଜର