STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଆଣିଲେ ଦେଶ ଗୌରବ

ଆଣିଲେ ଦେଶ ଗୌରବ

1 min
184


ଦୀର୍ଘ ବର୍ଷ ପରେ ପବିତ୍ର ଭୂମିରେ

ଆବିର୍ଭାବ ହୁଏ ସିଏ,

ଦେଶର ଗୌରବ ଲେଖି ଦେଉଛନ୍ତି

ହସ ଫୁଟାଇଲେ ସିଏ।୧।


ହସିଲେ ଜନତା ଚିନ୍ତା ମୁକ୍ତ ହୋଲା

ଭ୍ରଷ୍ଟାଚାର ହେଲା ଦୂର,

ସମଗ୍ର ବିକାଶ କରି ଦେଉଛନ୍ତି

ଭେଦଭାବ ନାହିଁ କାର।୨।


ଶତୃ କମ୍ପୁ ଅଛି କମ୍ପୁଛନ୍ତି ଦେଶ

ଶତୃତା କରନ୍ତି ଦେଶ,

ବୀରତ୍ୱରେ ଭରା ଦେଶ ହେଉ ଅଛି

ସୁରକ୍ଷିତ ହୁଏ ଦେଶ।୩।


ନିଃସ୍ୱାର୍ଥର ମନ୍ତ୍ର ଧାରଣ କରିଣ

ଦିନରାତି ସେବୁଛନ୍ତି,

ଆତ୍ମନିର୍ଭରରେ ପବିତ୍ର ଦେଶକୁ

ସଂଗଠିତ କରୁଛନ୍ତି।୪।


ଆତ୍ମବିଶ୍ୱାସରେ ଅପୂର୍ବ କଥାକୁ

ଦେଶ ପାଇଁ ଲେଖୁଛନ୍ତି,

ସମ୍ପୂର୍ଣ୍ଣ ବିକାଶ କିପରି ହୋଇବ

ଦିନରାତି ଚିନ୍ତୁଛନ୍ତି।୫।


ଜନକଲ୍ୟାଣରେ ସମର୍ପଣ ଭାବ

କିଛି ନାହିଁ ନିଜ ପାଇଁ,

ସମଗ୍ର ବିଶ୍ବକୁ ନିଜର କରନ୍ତି

ସମଗ୍ର ବିକାଶ ପାଇଁ।୬।


ପୁରୁଣା ସଂସ୍କୃତି ସୁରକ୍ଷିତ ହୁଏ

ଦେଶ ହୁଏ ବିକଶିତ,

ଗ୍ରାମବାସୀ ଆଜି ଉନ୍ନତି କରନ୍ତି

ବିକାଶରେ ଅପ୍ରମିତ।୭।


ନୂଆ ଇତିହାସ ନିତ୍ୟେ ବନୁଅଛି

ଭେଦଭାବ ନାହିଁ ଏବେ,

ନୂଆ ସୂତ୍ରେ ଆଜି ବାନ୍ଧି ଦେଲେ ସବୁ

ଏକତ୍ରିତ ହେଲେ ସର୍ବେ।୮।


କରୋନା ପ୍ରକୋପ ଦେଶେ ଅପ୍ରମିତ

ସେବୁଛନ୍ତି ଜନଜନ,

କରୋନାର ଟିକା ଲାଗୁ ଅଛି ଦେଶେ

ଗୌରବର ଅଭିମାନ।୯।


ଦୀର୍ଘ ବର୍ଷ ପରେ ପବିତ୍ର ଭୂମିରେ

ଆବିର୍ଭାବ ହୁଏ ସିଏ,

ଦେଶର ଗୌରବ ଲେଖି ଦେଉଛନ୍ତି

ହସ ଫୁଟାଇଲେ ସିଏ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍