STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଆନନ୍ଦ

ଆନନ୍ଦ

1 min
377


ମୁହିଁ ଆଜିକାଲି ପରଠୁ ଶୋଷିଲେ

ଆନନ୍ଦ ପାଉଛି ଭାଇ

କାମ ନ କରିକି ବସି ଖାଉଅଛି

ମରୁପଛେ ନିଜ ଭାଇ।


ଶୋଷଣ ଲୁଣ୍ଠନ କରିଲେ ସର୍ବଦା

ବେଶି ହିଁ ଆନନ୍ଦ ଝରେ

ଶୋଷଣ କରୁଛି ପଦବୀ ଥିବାରୁ

ଲୁଣ୍ଠନ କରେ ବାଟରେ।


ବାପା ଓ ମାଆଙ୍କୁ ଖାଇବା ନ ଦେଇ

ମାଡ଼ ଯଦି ମାରି ଚାଲେ

ମନ ଗହନରେ ଅନନ୍ତ ଆନନ୍ଦ

ବିହି କି ଲେଖିଛି ଭାଲେ ।


ପତ୍ନୀର କୋଳଟା ବିଷ ତୁଲ୍ଯ ଆହା

ଗଣିକା କୋଳ ମଣ୍ଡନ

ଯେବେ କରୁଥାଏ ସ୍ବର୍ଗର ଆନନ୍ଦ

ଲଭି ହୋଇଥାଏ ଧନ୍ଯ।


କାହାକୁ ଯଦି ମୁଁ କେବେ କିଛି ଦିଏ

ହୃଦୟଟା ପୋଡି଼ଯାଏ

ଶଳା ଆଉ ଶାଳୀ ସ୍ବର୍ଗ ଚାନ୍ଦ ପରି

ଦିକିଦିକି ଦିଶୁଥାଏ।


ନିଜ ମାତୃଭୂମି ମୋଟେ ଭଲ ନୁହେଁ 

ସୁନ୍ଦର ପଡୋ଼ଶୀ ଦେଶ

ସେଥିପାଇଁ ଆହା ଡାକ୍ତର ଚାକିରି 

ନ କରିବା ଅବଶୋସ।


ପାଖ ପାହାଡ଼ଟି ମୋଟେ ଭଲ ନୁହେଁ

ସୁନ୍ଦର ଦୂର ପାହାଡ଼

ଦେଖୁନ ସଭିଏଁ ଭୁଲ କହିଲି କି

ନ ହେଲେ ଭାଙ୍ଗିବ ହାଡ଼ ।


ଗଛର ଫୁଲଟା ସୁନ୍ଦର ଦିଶେକି

କାଗଜ ପୁଲ ସୁନ୍ଦର

ସେଥିପାଇଁ ମୁହିଁ ସଜେଇ ରଖିଛି

ଏଇ ମୋ ଘର ବାହାର ।


ଯାହା ମୁଁ ଲେଖିଲି ସଭିଙ୍କ ସମ୍ମୁଖେ

ଅପ୍ରିୟ ସତ୍ଯ କଥନ

ମୋର ପରି କେହି ହେବନି ଭାଇ ହେ

ନ କରିବ ନୀଚ୍ଚ ମନ।


ଶୃଙ୍ଖଳିତ ସିଏ ସୁନ୍ଦର ହିଁ ଅଟେ

ଯାହା ପ୍ରାକୃତିକ ଦୃଶ୍ଯ

ସାରା ଜଗତଟା ଅପାର ସୁନ୍ଦର 

ମାତୃଭାଷା ଯଦି ଘୋଷ।


Rate this content
Log in