ଆମର୍ ସମ୍ବଲପୁର
ଆମର୍ ସମ୍ବଲପୁର
କହେଲେ କଥା ଲାଗ୍'ସି ମିଠା
ଭାଷା ସମ୍ବଲପୁରୀ,
ବାଜୁଥିଲେ ଢୋଲ୍,ନିଷାନ୍,ତାଷା
ନାଚି ପକାବୁ କିନ୍ଦିରୀ ।
ହୀରାକୁଦର୍ ବିଜିଳୀ ବତୀ
ଉକିଆଁ କରିଛେ,
ମହାନଦୀର୍ ଝଲ୍ ମଲ୍ ପାଏନ୍
ଅରନ୍ ମୁଠେ ଦେଉଛେ ।
କଲେଜ୍ ଭିତିରେ ଜିଏମ୍ କଲେଜ୍
ନା' ତାର୍ ଉଡୁଛେ ,
ଦେଖିଦେଲେ ଚାଉଲ୍ ବରା,ସର୍'ସତିଆ
ମୁହୁନୁ ଲାଲ୍ ଥିପି ପଡୁଛେ ।
ପିନ୍ଧିଥିଲେ ସମ୍ବଲପୁରୀ କପ୍'ଟା
ମନ୍'କେ ନେସି ଘିନି,
ଡାଲଖାଇ,ରସରକେଲି,ମାଏଲାଜଡ
ନାଚି ନାଇପାରୁ ବାଉନି ।
ତିହାର୍ ଭିତିରେ ବଡ୍'ଖା ତିହାର୍
ଆମର୍ ନୂଆଁଖାଇ,
ସେମେଲ୍ ତଲେ ପୂଜା ପାଉଛେ
ଇଷ୍ଟଦେବୀ ସମଲେଇ ।
ହୁମାରର ଶିବ ବକ୍ର ମନ୍ଦିର
ଚାରିଦିଗେ ତାର୍ ଚର୍ଚା,
ଥରେ ବୁଲିଆସ ଡିଅର୍ ପାର୍କ
ଲାଗ୍'ବା କେତେ ପର୍ଛା ।
ଗୀତ୍ ଭିତିରେ ଗୀତ୍ ରଙ୍ଗବତୀ
ସୁନ୍'ଲେ ସୁନୁଥିବୁ ,
ଠେମରା ଗାଁ'ରର ମକର ସକ୍ରାନ୍ତି
ଦେଖ୍'ଲେ ଦେଖୁଥିବୁ ।
ଝରୁଛେ ଦେବ୍ ଝରନ୍ ଠାନେ
ମଧୁର୍ ଝର୍'ନା ପାଏନ୍,
ବୀର୍ ସୁରେନ୍ଦ୍ର,ଭୀମ ଭୋଇ'କେ ପାଇ
ମାଁ ମାଏଟ୍ ହେଲା ଧଏନ୍ ।
ସମ୍ବଲପୁରର ଶୀତଲ୍ ଷଷ୍ଠି ଯାତାରା
ସବୁନୁ ଲାଗ୍'ସି ବଢିଆ,
କହରି,ମହକି ଯାଏସି ପରା ପାଟ୍'କେ
କର୍'ଡି ସାଙ୍ଗେ ହେଣୁଆ ।
