STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଆମର ନ୍ୟାୟପାଳିକା

ଆମର ନ୍ୟାୟପାଳିକା

2 mins
181

ରାଜତନ୍ତ୍ର ହେଉ କିମ୍ବା ଗଣତନ୍ତ୍ର, କୌଣସି 

ରାଜ୍ୟର ଶାସନ ବ୍ୟବସ୍ଥାରେ

ଶାସନ ଚାଲେ କାର୍ଯ୍ୟପାଳିକା, ବିଧାନପାଳିକା

ନ୍ୟାୟପାଳିକା, ତିନୋଟି ସ୍ତମ୍ଭରେ


ଆଇନର ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ସ୍ୱାଧୀନ 

ନ୍ୟାୟପାଳିକାର ସୃଷ୍ଟି

ସେଥିପାଇଁ ସମାଜେ ଶାସନେ ସମସ୍ତେ ପାଇବେ ନ୍ୟାୟ,

କେହି ଅନ୍ୟାୟ ନ ଭୋଗିବେ ଏଠି


ଗଣତନ୍ତ୍ର ତିଷ୍ଠି ରହେ ମଣ୍ଟେସ୍କ୍ୟୁଙ୍କ ତିନୋଟି ସ୍ତମ୍ଭର 

ଭିତରେ ଅଲଗା ଅଲଗା ରହିବାରେ

ସୁଶାସନ ଚାଲେ ନିରପେକ୍ଷ ସ୍ୱାଧୀନ ଶକ୍ତ ହୋଇ ନ୍ୟାୟ 

ପାଳିକା ଗତି କଲେ ସମ୍ବିଧାନର ପରିଧିରେ


ସମାଜର ଜନ ସାଧାରଣ ଅଧର୍ମରେ, ଅନ୍ୟାୟର

ନିଶାରେ ଚରିତ୍ର କରିଲେ ଦହନ 

ଚୋରି, ହତ୍ୟା ପରି ଯେତେ ଯେତେ ଅପରାଧ ହୁଏ

ବଢି ଭୁଷୁଡି ପଡେ ଆଇନର ଶାସନ 


ସୁସ୍ଥ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ସର୍ବଦା ନ୍ୟାୟାଳୟର 

ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

ନ୍ୟାୟାଳୟ ହାତେ ସମୀକ୍ଷାର ବଳ, ସେଥିରେ ଜନଙ୍କ

ଅଧିକାର ସୁରକ୍ଷିତ, ଦେଶ ହୁଅଇ ଧନ୍ୟ


ନ୍ୟାୟାଳୟ ଯେବେ ହୁଏ କାର୍ଯ୍ୟପାଳିକାର ଗୋଡାଣିଆ,

 ଦେଶେ ଚାଲେ ଏକଛତ୍ରବାଦ

ସୁଶାସନ ଅଭାବେ, ଭୟ ଆତଙ୍କରେ ବିତଇ ଜନଗଣଙ୍କ

ଜୀବନ, ସମାଜେ ଦେଖା ଦିଏ ବିପଦ


ଅନୁଭବେ ଅବା ଦେଖିବାରେ ନ୍ୟାୟପାଳ ବନ୍ଧୁ, ସହୋଦର, 

ପ୍ରିୟା ପ୍ରୀତିରେ ନ୍ୟାୟକୁ ଭୁଲେ

ସାକ୍ଷୀ ହୋଇଗଲେ, ଜାଣିବାକୁ ଦୋଷୀ ବା ନିର୍ଦ୍ଦୋଷ ସତ୍ୟ 

ଅନ୍ୱେଷଣେ ପାଇଁ, ସେ ଅନ୍ଧ, ଆଖିରୁ ପଟି ନଖୋଲେ


ଭାବିଛକି କେବେ ନ୍ୟାୟ କାହିଁକି ପାଇନଥିଲା

କୁରୁସଭାରେ ମହାଭାରତରେ ପାଞ୍ଚାଳୀ

ଯେତେ ମହା ମହା ରଥି ବସିଥିଲେ ସେଠି, ବିଭିନ୍ନ

ପ୍ରକାର ସ୍ୱାର୍ଥେ ଅନ୍ଧ ହୋଇଥିଲେ ବୋଲି


ମାନବିକତାଟା ଯେବେ ଶ୍ୱାସରୁଦ୍ଧ ହୁଏ, ନ୍ୟାୟଳୟେ 

ନ୍ୟାୟ ମିଳିବ କାହୁଁ

ଶାସକର ଫାଶେ ଯେବେ ବନ୍ଧା ହୁଏ ନ୍ୟାୟାଳୟ,

ରାଜନୈତିକ ଦୋଷୀଙ୍କ ବଢଇ ଭାଉ 


ଟଙ୍କା ଲୋଭେ, ମୁହଁ ହୋଇ ବଙ୍କା, ଯଦି ଦେଶରେ

ଗୀତା ଛୁଇଁ ସାକ୍ଷୀ ମିଛ କହୁଅଛି

ଦୋଷୀ ଖସିଯାଏ, ନିର୍ଦ୍ଦୋଷ ଦଣ୍ଡ ଭୋଗେ କେବେ

କେବେ, ନ୍ୟାୟପାଳିକାର ଦୋଷ କେଉଁଠି ରହିଛି


ପାଶ୍ଚାତ୍ୟ ସଂସ୍କୃତିକୁ ଦୋଷ କାହିଁ ଦେବା, ଇତିହାସେ 

ଅବା ପୁରାଣକୁ ଦେଖ, ରକ୍ଷକଟା ଯଦି ଭକ୍ଷକ ସାଜେ

ଯୁଗେ ଯୁଗେ ନିର୍ଦ୍ଦୋଷକୁ ନ୍ୟାୟ ମିଳେନା ବାହୁବଳ ଅର୍ଥ 

କାରବାରେ ଦୋଷୀର ହୁଅଇ ଜୟ, ସବୁ ସମାଜେ


ରାଜନେତା ପଛେ ଗୋଡାଇ ଗୋଡାଇ ଯଦି ଏ ଦେଶରେ

ବ୍ୟକ୍ତି ନ୍ୟାୟ ପାଳିକାର ଆସନେ ବସୁଛି

ଦୋଷୀଟିକୁ ଦଣ୍ଡ ବଦଳରେ ଖଲାସ କରେ, ନ୍ୟାୟ ଓ 

ନ୍ୟାୟପାଳିକା ଆସନର ଦୋଷ କେଉଁଠି ରହୁଛି


ଉପର ସ୍ତରରୁ ତଳ ସ୍ତର ପର୍ଯ୍ୟନ୍ତ ଶାସନର ଡୋର ସବୁଠି

ଯେଉଁଠି ଦେଖିବେ ସେଇଠି ଦୁର୍ନୀତି

ସମଦୃଷ୍ଟିର ଅଭାବେ ଦେଶ ଯେବେ ହୁଏ କଳୁଷିତ, ଦେଶରେ

ତେଲିଆ ମୁଣ୍ଡରେ ତେଲ ଢାଳି ନେଇଯାନ୍ତି


ଶାସକ ଆପଣା ସ୍ୱାର୍ଥରେ ବାନ୍ଧିଛି ଅନ୍ଧର ପୁଟୁଳି, ଦେଖ 

ଦୋଷୀ ହୁଏ ଏଠି ଖଲାସ

ଜାଣି ଶୁଣି ନ୍ୟାୟପାଳିକାଟା ସ୍ଥାଣୁ ଆଜି, ନ୍ୟାୟପାଳିକାର 

ନାହିଁ ଆଜି ଆଉ ପୂର୍ବର ସେହି ଯଶ 


ଗଣତନ୍ତ୍ର ତ ଲୋକଙ୍କ ପାଇଁ, ମାଗିଖିଆ, ଲାଞ୍ଚଖୋର 

ବଢୁଛନ୍ତି, ଦେଶ ତ ଯାଉଛି ତଳକୁ ତଳକୁ

ଆମ ରାଜନୀତିରେ ଓ ଧର୍ମ ନାମରେ ପାପର ପସରା 

ଖୁସିରେ ବୁଲୁଛି ଅଧର୍ମୀ ଦୋଷ ଦେବା କାହାକୁ



Rate this content
Log in