STORYMIRROR

Banabihari Mishra

Others

3  

Banabihari Mishra

Others

ଆମେରେ ବୀର ଓଡ଼ିଆ ପୁଅ

ଆମେରେ ବୀର ଓଡ଼ିଆ ପୁଅ

1 min
271

ଐର ଖାରବେଳ ଦାୟାଦ ଆମେ

ଅଜେୟ ବୀର ଓଡ଼ିଆ ପୁଅ

ଦୃପ୍ତ ସିଂହନାଦେ ଅରି ଥରିଯିବ

କରିବୁ ଆମେରେ ବିଶ୍ବ ଜୟ।


ଉଦ୍ଦାତ କଣ୍ଠେ ଗାଇବୁ ଆମେରେ

ଉତ୍କଳୀୟଙ୍କର ବୀରତ୍ବ ଗାଥା

ଉନ୍ନତ କରି ରଖିବୁ ଜାତିକୁ

ଉତ୍ତୋଳିତ କରି ରଖିବୁ ମଥା।


ଏ ହାତ ଉଠିବ ଖାଲି ଦେବାପାଇଁ

ମାଗିବା ଆମର ଜାତକେ ନାହିଁ

ପଦପାତେ ଆଉ ଅସୀର ଝଙ୍କାରେ

କମ୍ପାଇ ଦେବୁ ଏ ସମଗ୍ର ମହୀ।


ଏ ଜାତିର ଜ୍ଞାନ ଗଉରବ ଗାଥା

ଏ ସାରା ବିଶ୍ବରେ ଅଛି ବିଦିତ

ଏ ଜାତିର ନାଥ ବଳିୟାର ଭୁଜ

ନୀଳାଚଳେ ଏକା ଶ୍ରୀ ଜଗନ୍ନାଥ।


ଏ ଜାତି ଜାଣିଛି ସମ୍ମାନ କରିବା

ପିତାମାତା ଗୁରୁଜନଙ୍କୁ ସଦା

ପ୍ରେମରେ ମାଗିଲେ ପ୍ରାଣ ଦେଇପାରୁ

ନାଲି ଆଖି ପାଇଁ ଉଠାଉ ଗଦା।


ଶ୍ରୀ ଜଗନ୍ନାଥଙ୍କ ଚରଣରେ ସଦା

ଓଡିଆର ତଥା ନତ ହୁଅଇ

କଟିଯାଏ ଶିର ହେଲେ ନତ ନୁହେଁ

ଆଉ କେବେହେଲେ କାହାରି ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍