ଆମେ ତୋର ମାଆ ବାପ
ଆମେ ତୋର ମାଆ ବାପ
ଜନ୍ମ ଦେଇକରି ଚଲା ଶିଖାଇଲେ
ହାତେ ଧରି ତୋର ହାତ,
ଆକାଶର ଜହ୍ନ ଦେଖେଇ ଦେଖେଇ
ମାଆ ଖୁଆଇଲା ଭାତ ।
ନିଜେ ଫଟା ପିନ୍ଧି ଦେହକୁ ତୋହର
ଆଣିଦେଲେ ନୂଆ କୁର୍ତ୍ତା,
ପର ଘରେ ଖଟି ପାଠ ପଢାଲେ
ବାପା କରି କେତେ ଚିନ୍ତା ।
ଚାକିରି କରିକି ଅଫିସର ହେଲୁ
ରହିଲୁ ଯାଇ ବାହାରେ,
କରୋନା ବେଳକୁ ଆସିଲୁ ଘରକୁ
ରଖ୍ଲେ ବି ତୋତେ ଘରେ ।
ମାଆ ବାପା ଭାବି ଦିନେ ହେଲେ କେବେ
କରୁ ନାହିଁ ତୁ ତ ଫୋନ୍,
ବୁଦ୍ଧି ବଣା ହେଲା ଗଲେ ତୋ ପାଖକୁ
ଦେଖି ତୋର ଏହି ଗୁଣ ।
ବାପା ମାଆ ଯେବେ ତୋ ଘର ଯାଆନ୍ତି
ମାନୁଛ କି ତୁମେ ଏତେ,
ପୁଅ ବୋହୂ ବୋଲି ହସି ଖୁସି କରି
ମାନୁ ଥାଉ ଆମେ ଯେତେ ।
ଯାହା ଦୋଷ କଲେ ମୂର୍ଖ ଲୋକ ଭାବି
କରିବୁ ଆମକୁ ମାଫ୍ ,
ବଡ଼ ଲୋକ ବୋଲି ପାଶୋରି ନ ଦେବୁ
ଆମେ ତୋର ମାଆ ବାପ ।
ଆମେ ତୋର ମାଆ ବାପ ।।
