Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahoo

Others

2  

sasmita sahoo

Others

ଆମେ ପରାଧୀନ

ଆମେ ପରାଧୀନ

1 min
304



ସ୍ୱାଧୀନତା ଦିନ ପାଳୁ ସିନା ଆମେ

ଆଜି ଯାଏଁ ପରାଧୀନ,

ନାଁ କୁ ତ୍ରିରଙ୍ଗା ଉଡ଼ାଉଛୁ ସତ

କରିବାକୁ ସନମାନ= ୧ =

ଅସଲ ମାନେ ଟି ବୁଝି ନାହୁଁ ଆମେ

କରୁ ଖାଲି ଆମେ ନାଟ ,

ଲୋକଦେଖାଣିଆ ଦେଶ ଭକ୍ତି ଆମ

ସୃଷ୍ଟି କରୁ ନାନା ଫIଟ =୨=

କଥା କହିବାର ସ୍ୱାଧୀନତା ନାହିଁ

ସତ କହିଲେ ବି ଦଣ୍ଡ ,

ମିଛରେ ମିଛରେ ବଞ୍ଚିଛୁ ଯା' ଆମେ

ସବୁ ତ ଏ ଦେଶେ ଭଣ୍ଡ =୩=

ଭ୍ରଷ୍ଟାଚାର ରେ ଦେଶ ଉବୁଟୁବୁ

ଚୋରି ନାରୀ ଘରେ ଘରେ,

ଖାଇବାକୁ ଗଣ୍ଡେ ପାଉ ନାହିଁ ମାଆ

ଭିକ ମାଗେ ଦ୍ୱାରେ ଦ୍ୱାରେ =୪=

ପିନ୍ଧିବାକୁ ଖଣ୍ଡେ କନା ପାଉ ନାହିଁ

ଉଲଗ୍ଣରେ ବୁଲେ ଛୁଆ ,

ଶିଶୁ କନ୍ୟା ଏଠି ଯୌନ ଯନ୍ତ୍ରଣାରେ

ଶୋଷିତ ହେଉଛି ଯାହା =୫ =

ନାରୀ ସଦା ଏଠି ନିର୍ଯାତିତ ହୁଏ

ନୁହେଁ ଜମା ସୁରକ୍ଷିତ,

ଶତ୍ରୁ ତାର ପଛେ ପଡି ରହି ଅଛି

ଗର୍ଭରୁ କରେ ନିପାତ= ୬=

ଶିକ୍ଷା ଏଠି ଖୋଲା ବିକ୍ରି ହେଉଛି

କିଣୁଛନ୍ତି ଟଙ୍କାଧାରୀ ,

ସେବା ନାମେ ଏଠି ଭଦ୍ରମୁଖା ମାନେ

ଲୁଟୁଛନ୍ତି ମନ ଭରି= ୭=

ଶାସକ ଏଠାରେ ଅନ୍ଧ ଆଉ ମୁକ

ପIଲିଟିଛି ଜାଣି ଶୁଣି ,

ବଧିର ସାଜି ସେ ଅଭିନୟ କରେ

ସବୁକିଛି ଜାଣି ପୁଣି =୮=

ତୁମ ଠାରୁ ଭଲ ଶତ ଗୁଣେ ସେହି

ଗୋରା ବିଦେଶୀ ଶାସକ,

ଘର ଢ଼ିଙ୍କି ଆମ କୁମ୍ଭୀର ଅଟଇ

ଯାହା ଅଛି ଜIଣ ଲେଖ =୯ =

ଦିନ ଦୁଖୀରଙ୍କି ଅଭାବୀ ମଣିଷ

ଘIଣ୍ଟି ଯାହା ମରେ ଏଠି,

ବାକି ସବୁ ଏଠି ଯାହା ଲୁଟୁଛନ୍ତି

ସମୟ ସୁବିଧା ଦେଖି = ୧୦=

ନିଜ ମାତୃଭାଷା କହିବାକୁ ଏଠି

ଲୋକଙ୍କୁ ଲଜ୍ଜା ଲାଗେ ,

ନିଜ ସଂସ୍କୃତି ଓ ପରମ୍ପରାକୁ

ଭୁଲିବାକୁ ସିଏ ଆଗେ =୧୧ =

ପାପର ପଙ୍କରେ ଭଲ ମଣିଷ ଯା'

ଏହି ଦେଶେ ଘIଣ୍ଟି ହୁଏ ,

ଦିଗ ହରା ହୋଇ ପ୍ରଭୁଙ୍କ ଶରଣେ

ନିଜକୁ ସମର୍ପି ଦିଏ = ୧୨ =


ସସ୍ମିତା ସାହୁ, ନାଶିକ


Rate this content
Log in