STORYMIRROR

Pranati Mahapatra

Others

2  

Pranati Mahapatra

Others

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
509



ମୁଁ ତ ହିନ୍ଦୁ, ମୋ ପ୍ରଭୁ ଜଗବନ୍ଧୁ

ଓଡ଼ିଆ ମୁକୁଟ ମଣି,

ମୁଁ ଯେ ଓଡ଼ିଆ ଗରବରେ କହେ

ପୂଜେ ସିନ୍ଧୁ ଜେମାମଣି।

ଓଡ଼ିଶା ରାଇଜେ କୃଷି ପରିବାରେ

ଜାତ ମୁଁ ହୋଇଛି ଆଜି,

କରି କୃଷିକାର୍ଯ୍ୟ ପୋଷିବି ଉଦର

ରଖି ଯିବି କୀର୍ତ୍ତି ରାଜି।

ଇଂରାଜୀ ମାସର ଏକ ତାରିଖଟା

ନୁହେଁ ଆମ ନୂଆ ବର୍ଷ,

ଚୈତ୍ରମାସ ଶୁକ୍ଳପ୍ରତିପଦା ତିଥି

ପଡେ ହିନ୍ଦୁ ନବବର୍ଷ।

ହିନ୍ଦୁ ହୋଇ ଆମେ ଭୁଲି ଧର୍ମ କର୍ମ

ପାଳୁ ଯେ ଭାଲେଣ୍ଟାଇନ,

ଛୋଟ ଜାମାପ୍ୟାଣ୍ଟ ପିନ୍ଧି ତ ଦେଖାଉ

ଆମ ନୂଆ ଡିଜାଇନ୍ ।

ବାପା ମାଆ ଡାକ ଭୁଲି ଡାଡି ମମି

ପାଶ୍ଚାତ୍ୟ ଢଙ୍ଗ ରେ ବଞ୍ଚୁ,

ବେଡ୍ ଟି ପିଇ ଶାଶୁଶଶୁରଙ୍କୁ

ଅସମ୍ମାନ ଖେଞ୍ଚା ଖେଞ୍ଚୁ।

ଧୋତି ଗାମୁଛା ତ ସପନ ହେଲାଣି

କୋର୍ଟ ପ୍ୟାଣ୍ଟ ପିନ୍ଧି ବୁଲୁ,

ମୁଢି ଉଖୁଡାକୁ ନାକ ଟେକୁଥାଉ

ପିଜା,ବର୍ଗର ଖାଇ ଫୁଲୁ।

ମାର୍ଗଶିର,କାର୍ତ୍ତିକ ମାସ ସାରା

ମନ ଉଣା କରି ବସୁ,

ବୁଢ଼ୀବୁଢାଙ୍କର ଉପଦେଶ ଟାଳି

ଖାଇବାକୁ ହୋଟେଲ ପଶୁ।

ଶାଗ ପଖାଳ ଓ ବଢିଚୁରା ଛେଚା

ପାଟିକୁ ଜମା ରୁଚେନି ,

ଚକୁଳି ଆରିଷା ପୋଡ଼ପିଠା ବାସ୍ନା

ମହମହ ଆଉ ବାସୁନି।

ଭାଗବତ ଟୁଙ୍ଗି ଭଙ୍ଗା ହୋଇ ସେଠି

କ୍ଲବ୍ ଘର ମୁଣ୍ଡ ଟେକେ,

ଅଷ୍ଟପ୍ରହରୀ ଓ ନାମଯଜ୍ଞ ଶୁଣି

ବାକୁ କେହି ନାହିଁ ପାଖେ।

ଇଂରେଜ ସିନା ଗଲେ ଭାରତକୁ ଛାଡି

ଢଙ୍ଗକୁ ଦାନ ସେ ଦେଇ,

ବୁଝି ନ ପାରିଣ ଓଡ଼ିଆ ତ ଗଲେ

ସସ୍କୃତିକୁ ପୋଡ଼ି ଖାଇ।

ଏବେବି ସମୟ ଅଛି ବନ୍ଧୁ ମାନେ

ସସ୍କୃତିକୁ ରକ୍ଷା କର,

ଯୁଗ ସାଥେ ତାଳ ଦିଅ ପଛେ ତୁମେ

ଓଡ଼ିଆ କୂହ ଗର୍ବର।

ଏ ଓଡ଼ିଶା ଆମର ଆମେ ଓଡ଼ିଶାର

କାଳିଆ ଆମ ଠାକୁର,

ତା ସସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ

ରଖିବା ଶପଥ ଆମର।


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର

୭୫୬୦୦୧

ଦୂରଭାଷ-୭୯୭୮୨୭୧୭୨୮


Rate this content
Log in