STORYMIRROR

Bijaya Kumar Swain

Others

3  

Bijaya Kumar Swain

Others

ଆମେ ଓଡ଼ିଆ ବଢିଆ

ଆମେ ଓଡ଼ିଆ ବଢିଆ

1 min
229


ଆଜି ଅକ୍ଷୟ ତୃତୀୟା ରେ

ଆଜି ଅକ୍ଷୟ ତୃତୀୟା

ବରଷ ମଧ୍ୟେ ଯେତେ ତିଥି ଅଛି

ସବୁ ତିଥିରେ ବଢିଆ ।

 ଆଜି ଅକ୍ଷୟ ତୃତୀୟା,,,,,


ଚାଷୀ ଭାଇ ଆଜି ଅନୁକୂଳ କରି

ଅଖି ମୁଠି ବୁଣି ଥାଏ

ଧୂପ ଦୀପ ଆଉ ଭୋଗରାଗ ଦେଇ

ଲକ୍ଷ୍ମୀଙ୍କୁ ସେ ପୂଜି ଥାଏ

କାଳିଆ କସରା ବଳଦ ଙ୍କୁ ନେଇ

ପଡିଆ କରେ ଉଠିଆ।

  ଆଜି ଅକ୍ଷୟ ତୃତୀୟା,,,,,


ଏଇ ଶୁଭ ଦିନେ ପ୍ରଭୁ ବଳରାମ

 ରେବତୀଙ୍କୁ ହେଲେ ବିଭା

ପ୍ରଭୁ ପର୍ଶୁରାମ ରେଣୁକା ଗର୍ଭରୁ

 ଜନ୍ମି ବଢାଇଲେ ଶୋଭା

ରଥ ଅନୁକୂଳ ଏହି ଲଗନରେ

 ସବୁ ସେ ପଭୁଙ୍କ ମାୟାରେ,,।

ଆଜି ଅକ୍ଷୟ ତୃତୀୟା,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍