STORYMIRROR

Ramani Kanta Sahu

Children Stories

4  

Ramani Kanta Sahu

Children Stories

ଆମେ ଜାଣିବା ଆମ ଅଧିକାର

ଆମେ ଜାଣିବା ଆମ ଅଧିକାର

1 min
262


ଆମେ ଜାଣିବା ଆମ ଅଧିକାର 

ଆମେ ହାସଲ କରିବା ଆମ ଅଧିକାର 

ମାନବବାଦ ର ଦ୍ୱାହିଦେଇ ମାନବଧିକାର କୁ 

ଛଡେଇ ନେଇଥିବା ଲୁଣ୍ଠନକାରୀମାନଙ୍କଠୁ 

ଛଡେଇ ଆଣିବା ଆମ ଅଧିକାର।


ସଚେତନତା ର ଦୀପ ଜାଳିବା 

ଦୂରେଇଦେବା ଅଜ୍ଞତା ର ତିମିର 

ସମସ୍ତଙ୍କୁ ଜଣେଇ ଦେବା ତାଙ୍କ ଅଧିକାର 

ଗରିବ , ନିଷ୍ପେସିତ ବି ଜାଣିବେ ତାଙ୍କ ଅଧିକାର

ମୁକ୍ତ ହେବେ ଠକେଇ , ଶୋଷଣ ଓ ଲୁଣ୍ଠନ ର ଶିକୁଳିରୁ ।


ସଚେତନ ହେଲେ ପ୍ରତ୍ୟେକ ନାଗରିକ 

ଦାୟିତ୍ଵବାନ ହେଲେ ସଭିଏଁ ନିଜ ଅଧିକାର ପ୍ରତି 

ଜାଗ୍ରତ ହେଲେ ସମଗ୍ର ମାନବସମାଜ 

ନା, ଦରକାର ହେବ ମାନବାଧିକାର କମିଶନ୍ 

ନା, ପାଳନ କରିବାକୁ ପଡ଼ିବ ମାନବାଧିକାର ଦିବସ।


Rate this content
Log in