STORYMIRROR

Ramani Kanta Sahu

Children Stories

4  

Ramani Kanta Sahu

Children Stories

ଆମେ ଜାଣିବା ଆମ ଅଧିକାର

ଆମେ ଜାଣିବା ଆମ ଅଧିକାର

1 min
269


ଆମେ ଜାଣିବା ଆମ ଅଧିକାର 

ଆମେ ହାସଲ କରିବା ଆମ ଅଧିକାର 

ମାନବବାଦ ର ଦ୍ୱାହିଦେଇ ମାନବଧିକାର କୁ 

ଛଡେଇ ନେଇଥିବା ଲୁଣ୍ଠନକାରୀମାନଙ୍କଠୁ 

ଛଡେଇ ଆଣିବା ଆମ ଅଧିକାର।


ସଚେତନତା ର ଦୀପ ଜାଳିବା 

ଦୂରେଇଦେବା ଅଜ୍ଞତା ର ତିମିର 

ସମସ୍ତଙ୍କୁ ଜଣେଇ ଦେବା ତାଙ୍କ ଅଧିକାର 

ଗରିବ , ନିଷ୍ପେସିତ ବି ଜାଣିବେ ତାଙ୍କ ଅଧିକାର

ମୁକ୍ତ ହେବେ ଠକେଇ , ଶୋଷଣ ଓ ଲୁଣ୍ଠନ ର ଶିକୁଳିରୁ ।


ସଚେତନ ହେଲେ ପ୍ରତ୍ୟେକ ନାଗରିକ 

ଦାୟିତ୍ଵବାନ ହେଲେ ସଭିଏଁ ନିଜ ଅଧିକାର ପ୍ରତି 

ଜାଗ୍ରତ ହେଲେ ସମଗ୍ର ମାନବସମାଜ 

ନା, ଦରକାର ହେବ ମାନବାଧିକାର କମିଶନ୍ 

ନା, ପାଳନ କରିବାକୁ ପଡ଼ିବ ମାନବାଧିକାର ଦିବସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍