STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଆମେ ଦୁଇ ଭାଇ

ଆମେ ଦୁଇ ଭାଇ

1 min
219

ଭାଇ ଭାଇ ପ୍ରେମ ରହିଛି ଆମର

   ଦୁହିଁଙ୍କ ହୃଦୟେ ଦୁହେଁ

ନାହିଁ ରାଗ ଋଷା ମାନ ଅଭିମାନ

   ହସ ଫୁଟେ ସଦା ମୁହେଁ 


ଗୋଟିଏ ଗଛର ଦୁଇ ସାଖା ଆମେ

    କାହ୍ନୁ ଜଗବନ୍ଧୁ ନାମ

ଥାଉ ପାଖା ପାଖି ସଦା ସର୍ବଦାଯେ

   ଥିଲେ ଥାଉ ଯେତେ କାମ


ମୁଁ ହେଲେ ଗଛ ସିଏ ମୋର ପତ୍ର

    ମୁଁ ଯେ ମାସ ସିଏ ଦିନ

ମୁଁ ହେଲେ ଫୁଲ ସିଏ ଅଟେ ଫଳ

     ନାହିଁ କିଛି ଭିନ୍ନା ଭିନ୍ନ


ପ୍ରଭୁଙ୍କ ଦୟାରୁ  ସଦା ସର୍ବଦା ଯେ

    ଥାଉ ଆମ ଭାତ୍ରୁ ପ୍ରେମ

ଆହେ ବିଶ୍ବପତି ଘେନ ମୋ ବିନତି

     ଅତୁଟ ରହୁ ବନ୍ଧନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍