STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଆମ୍ବଗଛର ମୂଲ୍ୟ

ଆମ୍ବଗଛର ମୂଲ୍ୟ

1 min
155


ଅତି ମୂଲ୍ୟ ଅଟେ ଜୀବନେ ଆମର

ଆମ୍ବପତ୍ରଟି ପୂଜନେ

ପାଞ୍ଚପତ୍ରେ ଘଟ ସ୍ଥାପନା ହୁଅଇ

ଦେବୀ ଦେବଙ୍କ ପୂଜନେ।୧।

ସନାତନ ଧର୍ମେ ସାଂସାରିକ କାର୍ଯ୍ୟେ

ଅତି ମହତ୍ତ୍ଵଟି ତାର

ଆମ୍ବତରଣରେ ସୁସଜ୍ଜିତ ହୁଏ

ପବିତ୍ର ଘରଟି ତାର।୨।

ସବୁ ଶୁଭକର୍ମେ ଆବଶ୍ୟକ ହୁଏ

ଅମୂଲ୍ୟ ପତ୍ର ଆମ୍ବର

ଘଟପରେ ଥୋଇ ପାଞ୍ଚଟି ପତ୍ରକୁ

ପୂଜନ ହୁଏ ଦେବର।୩।

ଫଗୁଣ ମାଶରେ ବୋଉଳଇ ଆମ୍ବ

ହୁଏ ସୁଗନ୍ଧିତ ଧରା

ସମୀର ସଙ୍ଗରେ ମିଳିତ ହୋଇଣ

କରେଟି ପ୍ରଫୁଲ୍ଲ ଧରା।୪।

ଫଳ ମଧ୍ୟେ ଶ୍ରେଷ୍ଠ ଫଳଟି ଏହାର

ସମସ୍ତଙ୍କ ପ୍ରିୟ ହୁଏ

ଦେବଙ୍କ ପୂଜନେ ଅମୂଲ୍ୟ ଆମ୍ବଟି

ଭକ୍ତିରେ ଅର୍ପିତ ହୁଏ।୫।

ଅତି ମୂଲ୍ୟ ଅଟେ ଜୀବନେ ଆମର

ଆମ୍ବପତ୍ରଟି ପୂଜନେ

ପାଞପତ୍ରେ ଘଟ ସ୍ଥାପନା ହୁଅଇ 

ଦେବୀ ଦେବଙ୍କ ପୂଜନେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍