ଆମ ସୁରଭିରେ ଚହଟିବ ଦେଶ
ଆମ ସୁରଭିରେ ଚହଟିବ ଦେଶ
1 min
161
ଆମେ ଟିକିଟିକି ଗୋଲାପ କଳିକା
ଫୁଟିବୁ ପାଖୁଡା ମେଲି,
ଆମରି ବିକାଶ ପାଇଁ ତମେ ଦିଅ
ପ୍ରେରଣାର ଜଳ ଢାଳି।
ଆମେ ଅଭିମନ୍ୟୁ ବାଜିଆ ଧରମା
ଇନ୍ଦିରା କଳ୍ପନା ଭଳି,
ଆମ ସୁରଭିରେ ଚହଟିବ ଦେଶ
ଆମେ ଫୁଲ ତମେ ମାଳୀ।
ଆମେ ଏ ଦେଶର ଅମୂଲ୍ୟ ସମ୍ପଦ
ହୀରା ନୀଳା ଆଉ ମୋତି,
ଆମରି ପ୍ରତିଭା ବିକାଶରେ ସିନା
ଦେଶର ହେବ ପ୍ରଗତି।
ଆମେ ହିଁ ଗଢିବୁ ଏ ଦେଶର ଭାଗ୍ୟ
ବଢେଇବୁ ତା' ଗୌରବ,
ରଖିବୁ ତାହାର ଟେକ ଏ ଜଗତେ
ସମର୍ପି ଦେଇଣ ସର୍ବ ।
