ଆମ ସମ୍ଵିଧାନ
ଆମ ସମ୍ଵିଧାନ
ଆମ ସମ୍ବିଧାନ ପୃଥିବୀ ପୃଷ୍ଟରେ
ଶ୍ରେଷ୍ଠ ସ୍ଥାନ ପାଇଅଛି
ସଭିଏଁ ସମାନ ଜାତି ଧର୍ମ ବର୍ଣ୍ଣ
ସମ୍ବିଧାନେ ଲେଖାଅଛି।
ଅନ୍ଯ ଦେଶ ପରି ଆମ ଏ ଭାରତ
ନିରପେକ୍ଷ ହୋଇଥାଏ
ବୁଝାମଣା କରି ଶାନ୍ତି ଓ ସନ୍ତୋଷ
ପ୍ରତ୍ଯେକଙ୍କୁ ଦେଇଥାଏ।
ରାଜା ଏ ଦେଶରେ ସ୍ଥାୟୀ କେହି ନୁହେଁ
ଯେ ହେବ ପାଞ୍ଚ ବର୍ଷକୁ
ତା'ପରେ ଗାଦିକୁ ଅବଶ୍ଯ ଛାଡି଼ବ
ଲିଖିତ କାଳ କାଳକୁ।
ଜନତା ହାତରେ ରାଜାଙ୍କୁ ବାଛିବା
ଆମ ସମ୍ବିଧାନ ଦିଏ
ନୀଚ୍ଚ ଧୀଟ ଯଦି ଅନୁଭବ ହୁଏ
ତଡି଼ବାକୁ ବଳ ଥାଏ।
ସମ୍ବିଧାନ ଆମ ଧର୍ମ ନିରପେକ୍ଷ
ସବୁ ଧର୍ମ କଳକଳ
ସ୍ବଚ୍ଛ ଓ ନିର୍ମଳ ଗଙ୍ଗା ନଦୀ ପରି
ବହୁଥାଏ ଯା'ର ଧାର।
ସମ୍ବାଧାନ ଦିଏ ଅଧିକାର ଯାହା
ସକଳ ଭାରତବାସୀ
ସନ୍ତୋଷ ମନରେ କୃତାର୍ଥ ହୁଅନ୍ତି
ନାଚିକି ହୁଅନ୍ତି ଖୁସି।
ବିଶ୍ବ ଦରବାରେ ଆମ ସମ୍ବିଧାନ
ନିଶ୍ଚୟ ପ୍ରଥମ ହେବ
ପ୍ରଣତି ଜଣାଏ ଏ ଅଧମ ଲୋକ
ଭାବ ସଦା ରଖିଥିବ।
ତୁମେ ହିଁ ସ୍ବର୍ଗର ଅମରାବତୀ ହେ
ମର୍ତ୍ତ୍ଯର ଅମୃତ ଧାରା
ବର୍ଣ୍ଣିବାକୁ ତୁଣ୍ଡେ ଭାଷା ପାଉ ନାହିଁ
ଆମ ସମ୍ବିଧାନେ ପରା।
