ଆମ ଶ୍ରବଣ କୁମାର
ଆମ ଶ୍ରବଣ କୁମାର
1 min
173
କେବେ ମାତା ପିତାଙ୍କ କଥାକୁ
ନକରୁ ଅବଜ୍ଞା
ଯୋଉଠି ଥିଲେ ମଧ୍ୟ ଡାକୁ ଯେବେ
କହିଥାଉ ଆଜ୍ଞା ।।
ସର୍ବଦା କହିଥାଉ ଆମେ
ତୁହି ଆମ ରାଜକୁମାର
ଜାଣେ ନାହିଁ ଆଶୀର୍ବାଦ ତୁହି
କେଉଁ ଠାକୁରଙ୍କର ।।
ଏକ ମାତ୍ର ଅଲିଅଳ ତୁହି
ଆମ ଦୁହିଁଙ୍କର
ଆଧୁନିକତାର ଚାକଚକ୍ୟ
ତୋ ଠାରୁ ବହୁ ଦୂର ।।
ରୂପ ଗୁଣ ବିଦ୍ୟା ବୁଦ୍ଧି ଖେଳ କୁଦରେ
ତୁହି ପାରଙ୍ଗମ
ଶାନ୍ତ ସରଳ ସ୍ୱଭାବରେ
ଜିତୁ ସଭିଙ୍କର ମନ ।।
ସ୍ୱଚ୍ଛ ନିଷ୍କପଟ ପରୋପକାରୀତା
ମନ ରହୁ ସର୍ବଦା ତୋହର
ସଭିଙ୍କ ସମ୍ମୁଖେ କହିବୁ ଗର୍ବରେ
ତୁହିତ ଆମ ଶ୍ରବଣ କୁମାର ।।
