STORYMIRROR

Usharani Sahoo

Others

4  

Usharani Sahoo

Others

ଆମ ରାଜନୀତି

ଆମ ରାଜନୀତି

1 min
428


ଭଲା ଇଏ କି ରାଜନୀତି ହେଲାରେ

ଗଣତାନ୍ତ୍ରିକ ଏ ରାଷ୍ଟ୍ରରେ

ଦେଶ ସେବା ଭାବେ ହେଉଛି ଲୁଣ୍ଠନ

ସ୍ୱଚ୍ଛ ରାଜନୀତି ନାମରେ।


ଯୁଆଡ଼େ ଦେଖିବ ସିଆଡେ ପାଇବ

ରାଜନୀତି କଥା କଥାରେ

ଭେଣ୍ଡା ଠାରୁ ବୁଢ଼ା ସଭିଏଁ ମାତନ୍ତି

ଚର୍ଚ୍ଚା ଚାଲେ ରାଜରାସ୍ତାରେ।


ଅଭିନେତା ଏଠି ନେତା ସାଜିଥାଏ

ବିଜ୍ଞାପନ ମାରେ କାନ୍ଥରେ

ମିଥ୍ୟା ଆଶ୍ୱାସନା ତୁଚ୍ଛ ପ୍ରବଞ୍ଚନା

ଦେଉଥାନ୍ତି ଖାଲି ତୁଣ୍ଡରେ।


କାଳିଆ ଯୋଜନା ଚାଷୀ ଋଣଛାଡ଼

ଚାଷୀଙ୍କୁ ତ ଵାୟା କଲାରେ

ବିଶ୍ୱାସ ଜନ୍ମାଇ ଶେଷେ ଠକି ଦ୍ୟନ୍ତି

ଆତ୍ମହତ୍ୟା ଚାଷୀ କଲାରେ।


ଇନ୍ଦିରା ଆବାସ ବାର୍ଦ୍ଧକ୍ୟ ଭତ୍ତା ଯେ ଦେ

ସଭିଙ୍କ ହୃଦୟ କିଣେରେ

ଏପଟୁ ଚଖେଇ ସେପଟୁ ଠକେଇ

ଜନତା ହୁଅନ୍ତି ଅନ୍ଧରେ।


ସେବା ମନୋଭାବ ଜାତୀୟତା ଭାବ

ଦେଖାଇ ସଭିଙ୍କ ଆଗରେ

ମୁହେଁ ଗୋଟେ କଥା ପେଟ ମଧ୍ୟେ ବ୍ୟଥା

ପ୍ରଭାବିତ ହୁଏ ଦେଶରେ।


ନାରୀର ମର୍ଯ୍ୟାଦା ନାରୀର ସମ୍ମାନ

ଭାଷଣ ଦିଅନ୍ତି ଖାଲିରେ

ନାରୀ ଶୋଷଣ ଆଉ ଗଣ ଦୁଷ୍କର୍ମ

ଦିନକୁ ଦିନ ତ ବଢ଼େରେ।


କୁନ୍ଦୁଲି ଇତିଶ୍ରୀ ବେବିନା ମମତା

ଜୀବନ ଶୋଷଣ ହୁଏରେ

ନିଜ ସ୍ଵାର୍ଥ ଦେଖି ଗାଦି ରକ୍ଷା ପାଇଁ

ନ୍ୟାୟକୁ ତ କିଣା ଯାଏରେ।


ରାଜ ସ୍ୱାର୍ଥ ପଛ ନିଜ କଥା ଆଗ

ରାଷ୍ଟ୍ରର ଶାସନ ଚାଲେରେ

ରାଜନୀତି ନାମେ ଚାଲିଛି ଦୁର୍ନୀତି

ଚିଟଫଣ୍ଡ ଠକେଇ ହୁଏରେ।


ଶାନ୍ତିପୂର୍ଣ୍ଣ ଦେଶେ ଧର୍ମ ଜାତି ନାମେ

ବିଷ ଵୁଣେ ସମ୍ପ୍ରଦାୟରେ

ଶାନ୍ତି ସନ୍ତୋଷକୁ ହରଣ କରନ୍ତି

ବ୍ୟବସାୟ କଥା ଛଳରେ।


ରାଜନୀତି ପାଇଁ ପିତା ପୁତ୍ର ମଧ୍ୟେ

କଳହ ତ ସୃଷ୍ଟି ହୁଏରେ

କୈରଵ ପାଣ୍ଡଵ ଭାଇ ମଧ୍ୟେ ଯୁଦ୍ଧ

ଇତିହାସ ଅଛି ସାକ୍ଷୀରେ।


ପୁଞ୍ଜିପତି ଆଉ କୋଟିପତି ପୁଣି

ହୋଇଥାନ୍ତି ସ୍ୱାର୍ଥପରରେ

ନିଜ ଅଭିଳାଷ ପୂରଣ ନିମନ୍ତେ

ଅନ୍ୟାୟର ହାତ ଧରେରେ।


ଅବିଵେକି ଆଉ ଅହଂକାରୀ ହୋଇ

ସ୍ୱାର୍ଥକୁ ଯେ ହାସଲ କରେ

ଲୋଭ ମୋହ ମାୟା ବନ୍ଧନରେ ପଡ଼ି

ଚରିତ୍ରକୁ ଭୁଲି ଯାଏରେ।


ମଧ୍ୟବିତ୍ତ ଲୋକ ପେଶି ହୁଏ ଏଠି

ରାଜନୀତି ପଶାପାଲିରେ

ନିମ୍ନ ଶ୍ରେଣୀ ଲୋକ ଦାଦନ ଖଟନ୍ତି

ଏଠି ସେଠି ଵାର ଦୁଆରେ।


ମଣିଷ ପଣିଆ ହଜି ତ ଯାଇଛି

ଧର୍ମ ନିରପେକ୍ଷ ରାଷ୍ଟ୍ରରେ

ନ୍ୟାୟର ପୁଟୁଳି ମୂଲ୍ୟହୀନ ହୁଏ

ଧର୍ମର ନିକିତି ଦଣ୍ଡରେ।


ମିଛର ସଂସାରେ ଲୋଭ ମୋହ ଛାଡି

ଧର୍ମର ପଥରେ ଯିବାରେ

ସ୍ୱଚ୍ଛ ରାଜନୀତି କରିବାରେ ସୃଷ୍ଟି

ସୁନାର ଦେଶ ଯେ ହେଵରେ।


Rate this content
Log in