ଆମ ପରି ଦିନେ ଗାନ୍ଧୀ ଥିଲେ
ଆମ ପରି ଦିନେ ଗାନ୍ଧୀ ଥିଲେ
ଆମ ପରି ଦିନେ ସେ ଛୋଟ ଥିଲେ,
ନିଜ ଗାଁ ବିଦ୍ୟାଳୟେ ପଢୁ ସେ ଥିଲେ
ଘରଟି ତାଙ୍କର ଗୁଜୁରାଟ ରାଜ୍ୟ,
ପୋରବନ୍ଦରରେ ବାସ କରୁଥିଲେ॥
ପିଲାବେଳେ ସିଏ ଦୁଷ୍ଟ ଥିଲେ,
ସାଙ୍ଗସାଥି ସଂଗେ ବୁଲୁଥିଲେ
ସାଥିସଙ୍ଗେ ମିଶି ସିଗାରେଟ ପିଇ,
ବାପାଙ୍କ ପକେଟୁ ଚୋରି କରୁଥିଲେ॥
ବଡ ହୋଇ ସିଏ ବଦଳିଗଲେ,
ବଦମାସି ସାଙ୍ଗ ଛାଡିଦେଲେ
ଗୋରାସରକାର ଅତ୍ୟାଚାର ଦେଖି,
ସ୍ୱାଧୀନ ସଂଗ୍ରାମେ ଯୋଗଦେଲେ॥
କସ୍ତୁରବାଙ୍କୁ ସିଏ ବିବାହ କଲେ,
ସୁଖରେ ଦୁଃଖରେ ଭାଗିସେହେଲେ
ରୋଗର କାରଣ ଲୁଣକୁ ବର୍ଜନ,
ପତ୍ନୀଙ୍କୁ ତାଙ୍କର ଶିକ୍ଷା ଦେଲେ॥
ଗରିବଙ୍କ ପାଇଁ ସେ କାନ୍ଧୁଥିଲେ,
ଜନତାଙ୍କୁ ନିଜର କରୁଥିଲେ
ଲବଣ ସତ୍ୟାଗ୍ରହେ ଯୋଗଦେଇ ସିଏ,
ଉତ୍କଳେ ଇରମ ପହଁଚିଲେ॥
ସୁଶିକ୍ଷାର ସିଏ ମୁଖ୍ୟହେଲେ,
ବଦଅଭ୍ୟାସ ସବୁ ଛାଡିଦେଲେ
ଶିକ୍ଷାଦେବା ପୂର୍ବେ ନିଜେ ଶିକ୍ଷା ଲଭି,
ଚିନି ଲୁଣ ଖିଆ ଛାଡିଦେଲେ॥
ବାପୁଙ୍କ ସ୍ୱଭାବ ଦେଖି ଜନ,
ଅହିଂସା ସତ୍ୟକୁ ନେଲେ ମନ
ଗୋରସରକାର ଶୋଷଣ ବିରୁଦ୍ଧେ,
ବିକଳ୍ପିଲେ ହୋଇ ଆବହମାନ॥
ବାରିଷ୍ଠରି ଥିଲେ ସେ ଭାରତର,
ଅଂହିସାର ଥିଲେ ସେ ଅବତାର
ବାମ ଗାଲେ ଯଦି ଜାବୁଡା ପଡଇ,
ଦେଖାନ୍ତି ଡାହାଣ ଗାଲ ତାର॥
ଗୋରା ସରକାର ପାଗଳ ହୋଇ,
ରାତାରାତି ସିଏ ଗଲେ ପଳାଇ
ଆମ ଭାରତର ସ୍ବାଧୀନତା ପାଇଁ,
ଜୀବନକୁ ଦେଲେ ବଳି ପକାଇ॥
ଆମ ଦେଶ ହେଲା ଖଣ୍ଡବିଖଣ୍ଡ,
ଧର୍ମ ଧର୍ମ ଦ୍ଧେ ହେଲେ ଉଦଣ୍ଡ
ସେଥିପାଇଁ ଜନେ ଉତକ୍ଷିପ୍ତ ହୋଇ,
ନାଥୁଗଡ଼ସେ ଦେଲେ ପ୍ରାଣର ଦଣ୍ଡ॥
ରଘୁପତି ଜପେ ସେ ଗଲେ ଟଳି,
ହାଏ ରାମ ଥିଲା ଜପର ମାଳି
ଟଳିତ ପଡିଲେ ସହିଦ ହୋଇସେ,
ଯୋଗ୍ୟସେ ଦେଶର ପୁଷ୍ପ ଅଞ୍ଜଳି॥
ଅକ୍ଟୋବର ଦୁଇରେ ପାଳୁଛୁ ଆମେ,
ଜୟନ୍ତୀ ତାଙ୍କର ଖୁବ ମନୋରମେ
ମୁଦ୍ରାପୃଷ୍ଠରେ କାଳ କାଳ ଲାଗି,
ବିଦ୍ୟମାନ ସିଏ ଏ ମହିଧମେ॥