Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Others

3.9  

RUNALAILA MOHANTA

Others

ଆମ ଓଡ଼ିଶା

ଆମ ଓଡ଼ିଶା

1 min
312



ଓଡ଼ିଶାରେ ଆମ ଓଡ଼ିଆ ଭାଷା

      ଶୁଣିବାକୁ ଲାଗେ ଭାରି ବଢ଼ିଆ

ଉଣେଇଶି ଛତିଶ ଏପ୍ରିଲି ଏକ

     ହୋଇଥିଲା ପରା ଏ ରାଇଜ ସ୍ଥାପିତ ।

ଉତ୍କଳ କଳିଙ୍ଗ ନାମେ ଯେ ଖ୍ୟାତ

     ଏଇ ପରା ଆମ ମାଆର କୋଳ

କାଳକାଳ ଧରି ରଖି କେତେ ଯଶ

      ଆଗେଇ  ଚାଲିଛି ଏ ପ୍ରଦେଶ ।

କେତେ ଯେ ବୀର ପୁରୁଷକୁ ଦେଇଅଛି ଜନମ

      ଏଇ  ମାଟି  ମାଆ  ଆମର

ବାଷଠି ସମୁଦାୟ ଲୋକ ଏ ରାଇଜରେ ସ୍ଥିତ

      ଓଡ଼ିଆ ଭାଷା ଯେ ଏଠି ସବୁଠୁ ପ୍ରସିଦ୍ଧ ।

ସମ୍ବଲପୁରୀ ପରି କେତେ ଆଞ୍ଚଳିକ ଭାଷା

      ରହିଅଛି ସବୁ ମୋ କଳିଙ୍ଗରେ ପରା ।

ନୃତ୍ୟ ମଧ୍ୟେ ନୃତ୍ୟ ସେ ଯେ ଓଡ଼ିଶୀ ନୃତ୍ୟ

     ପୁରାତନ ସାଥେ ସେ ଯେ ପୃଥବୀ ପ୍ରସିଦ୍ଧ ।

ଉତ୍ସବ ସେ  ରଥଯାତ୍ରା ଆମ ଓଡ଼ିଶାର

     ଜଗନ୍ନାଥ ସୁଭଦ୍ରା ବଳଭଦ୍ର ତିନି ମୁରତିର..

ରାଉଲକେଲାର ସେ ଇସ୍ପାତ କାରଖାନା

     ଯୋଗାଏ ସାରା ଦେଶର ଶ୍ରମିକକୁ ଦାନା ।

ସୁନା ରୂପାକୁ ନେଇ କେତେ ତାରକୋଷି କାମ

     ହେଉଅଛି  ନିଇତି ରାଇଜରେ ଆମ ।

ସମ୍ବଲପୁରୀ  ଆଉ ଇକତ ଶାଢ଼ୀ

     ପ୍ରଦେଶବାସୀ ହାତେ ହୁଏ ଯତନେ ତିଆରି ।

ରତ୍ନଗିରି ଲଳିତଗିରି ଉଦୟଗିରି ତ୍ରିକୋଣ ହୀରା

     ହୋଇଅଛି ପରିପୂର୍ଣ୍ଣ ମୋ ଓଡ଼ିଶାରେ ପରା..

ପର୍ଯ୍ୟଟନ ସ୍ଥଳି କେତେ ଏ ପ୍ରଦେଶରେ ସ୍ଥିତ

     ରହିଅଛି ବୋଲି ସଦା ପର୍ଯ୍ୟଟନକାରୀଙ୍କ ଭିଡ ।

ମୋ ପ୍ରଦେଶ ମାଟି ଆଉ ପାଣି ପବନ

     ହୃଦୟରେ ରହେ ଦେଖାଇ ହଜାରେ ସପନ ।

ଅମାପ ସୈନ୍ଦର୍ଯ୍ୟ  ଆଉ ଅନେକ ଗୀତି

     ରହିଅଛି  ସଦା ଏ ରାଇଜରେ ଖେଳି ।

କି ଗୁଣ ଗାଇବି ମୋ ମାଟିର ନିତି

     ମନରୁ ବୁଝିଲେ ଜାଣିବ ତାର ରୀତି ଆଉ ଗତି..

ରହିଅଛି ରହିବ ସଦା ଆମ ହୃଦୟରେ ସାଇତି ।


       


Rate this content
Log in