ଆମ ମା",ଆମ ସଂସ୍କୃତି
ଆମ ମା",ଆମ ସଂସ୍କୃତି
ମାଆ ହାତ ତିଆରି ଖିରି ପୁରି
ଏ ସବୁ ଦେଶୀ ଲାଗିଲା
ପା'ଭାଜି ଭାଜି ମମୋର ଚାହିଦା
ସହର ଠୁ ଗାଁ ବ୍ୟାପିଲା ।
ତାଳ ସଜ ଜାମୁ ବଇଁଚ କୋଳି
ଗାଁ ରୁ କେବେ ଠୁ ହଜିଲା
ଦହି ବେଲପଣାର ସ୍ବାଦୁଛାଡି
ଥଣ୍ଡା ମାୟାରେ ପଡିଲା ।
ବୁଢିମା କାହାଣୀ ଗାଁ ଲୋକଗୀତ
ଲୋକ ମୁଖରୁ ହଜିଲା
ୟୁ ଟିଉବ ଟିକ ଟକର ଭିଡିଓ
ସଭିଙ୍କୁ ମୋହିତ କଲା ।
ଗାଆଁ ମେଳଣ ଭଜନ କୀର୍ତ୍ତନ
ଏ ସବୁ ଲୋପ ପାଇଲା ।
ଗୀତା ଭାଗବତ ପୁରାଣ ମହତ
ସଂସାରେ ସମାଧି ନେଲା ।
ବହୁ ଚୋରି ଚକାଭଉଁରୀ ଭୁଲି
କ୍ରିକେଟ କ୍ରେଜ ବଢିଲା
ମନପବନ ଜହ୍ନମାମୁଁ ଛାଡି
ଫୋନରେ ଦିନ ଗଲା ।
ଆମ ବ୍ୟବହାର ଆମ ସଂସ୍କାର
ବିଶ୍ବେ କେତନ ଉଡିଲା
ବିଦେଶୀ ସଂସ୍କୃତି ଛାଡି ପୀରତି
"ନମସ୍ତେ" ଟେକ ରହିଲା ।
ମାଆର ମମତା ଜୀବନ ଗୀତା
ଯିଏ ବୁଝେ ସେ ତରିଲା
ତା ସ୍ନେହ ପଣତ ନାଶେ ଆରତ
ମର୍ତ୍ତେ ସେ ସ୍ବର୍ଗ ପାଇଲା ।
ମା'ର ଚରିତେ ସଂସ୍କୃତି ସରିତେ
ଯିଏ ସ୍ନାହାନ କରିଲା
ଜୀବ କର୍ମରେ ମାନବ ସଂସାରେ
ପୁରୁଷୋତ୍ତମ ହୋଇଲା ।
-----------------------------
