STORYMIRROR

SIBENDU SARASWATA PANDA

Others

3  

SIBENDU SARASWATA PANDA

Others

ଆମ କେନ୍ଦ୍ରାପଡ଼ା

ଆମ କେନ୍ଦ୍ରାପଡ଼ା

1 min
270

କେନ୍ଦ୍ରାପଡ଼ା ଅଟେ ଜିଲ୍ଲାଟି ଆମର

ଆମେ ତାର ଅଧିବାସୀ,

ତୁଳସୀ କ୍ଷେତ୍ର ନାମେ ସାରା ଓଡ଼ିଶାରେ

ପାଇଛି ସିଏ ପ୍ରସିଦ୍ଧି।


କନ୍ଦରାସୁର ଏଠି ବଧ ହୋଇବା'ରୁ

ନାମ ଯେ କନ୍ଦରାପଡା,

ଗ୍ରାମବାସୀ ମୁଖେ ଅପଭ୍ରଂଶ ହୋଇ

ନାମ ହେଲା କେନ୍ଦ୍ରାପଡ଼ା।


ବିଶ୍ଵ ପ୍ରସିଦ୍ଧ ଆମ ବଳଦେବଜୀଉ

ବସିଛନ୍ତି ବାହୁ ମେଲି,

ଅନେକ ଭକତ ଆସିଥା'ନ୍ତି ନିତ୍ୟ

ବହୁ ଦୂର ବାଟୁଁ ଚାଲି।


ଜାତୀୟଉଦ୍ୟାନ ଭିତରକନିକା

ଭାରତେ ଅଛି ଯା' ନାମ,

ଶହଶହ କରି କୁମ୍ଭୀର ପ୍ରଜାତି

ହୋଇଛନ୍ତି ସଂରକ୍ଷଣ।


ପର୍ଯ୍ୟଟନ ସ୍ଥଳୀ ପେଣ୍ଠ ବେଳାଭୂମି

ଝାଉଁବଣ ସରୁବାଲି,

ଡ଼ାଙ୍ଗମାଳେ ପୁଣି କଇଁଛ ପ୍ରସିଦ୍ଧ

ଯାଆନ୍ତି ପାଖରେ ଚାଲି।


ଆଳିରେ ବିଖ୍ୟାତ ବରାହ ମନ୍ଦିର

ଯହିଁ ଉଭା ଏକ ଛୋଟ ପଥର,

ମାନ୍ୟତା ରହିଛି ପଥର ଟେକିଲେ

ସବୁ ପାପ ହୁଏ ଦୂର।


କନିକା ଗ୍ରାମର ପରିବେଶ ଆଉ

ରାଜାଙ୍କର ରାଜବାଟୀ,

ପୂର୍ବ ନୃପଙ୍କର ସ୍ମୃତି ସ୍ତମ୍ଭ ସବୁ

କହିଦିଏ ଗୋଟି ଗୋଟି।


ରାଜନଗରର ପଞ୍ଚୁବାରାହୀ ମା

ସମୁଦ୍ର କୂଳର ଦେବୀ,

ଜରୀମୂଳେ ଉଭା ମାଟିଆ ମଙ୍ଗଳା

ହରନ୍ତି ଦୁଃଖକୁ ଠାବି।


ପଟ୍ଟାମୁଣ୍ଡାଇର ପତିତପାବନ,

ଭୋଲିବାବା ଦେବାଳୟ,

ଇଙ୍ଗ୍ରେଜଙ୍କ କାଳୁ ପିଲାଙ୍କୁ ଗଢଇ

ଏମ୍. ଏନ୍. ବିଦ୍ୟାଳୟ।


ଖାଦ୍ୟରେ ନିଆରା ଅଟେ ରସାବଳି

ଆଉ ପୋଟଳୀ ପିଠା,

ନିମପୁରିଆ ରସକଦମ ପୁଣି

ଜାତି ଜାତିକିଆ ମିଠା।


କି କହିବି ଭାଇ କେନ୍ଦ୍ରାପଡ଼ା କଥା

ନ ବୁଲିଲେ ଜାଣିବେନି,

ନିଜେ ନ ମରିକି ଆଜି ଯାଏଁ କିଏ

ସ୍ୱର୍ଗଲୋକ ଦେଖିଲେଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍