ଆମ ଜନ୍ମଭୂମି
ଆମ ଜନ୍ମଭୂମି
ଆମର ଜନ୍ମଭୂମି ସ୍ୱର୍ଗ ଠାରୁ ବଡ଼ l
କିନ୍ତୁ ଆମେ ଭାବୁ ନିଜକୁ ତା ଠାରୁ ବଡ଼ l
ଧନ ଜନ ଗୋପ ଲଷ୍ମୀ ସବୁ ତାହାର ଦୟାରୁ l
ଛୋଟ ରୁ ବଡ଼ ଶିଶୁ ରୁ ବୁଢ଼ା ହୋଇଛୁ ଆଜି ତାହାରି କୃପାରୁ l ଡାକୁଚୁ ଆମେ ତାହାକୁ "ହେ ବସୁମାତା "l
ମାତ୍ର ଖାଲି ମୁହଁରେ .ଡାକି ମା, ମାନୁନି ମୋଟେ ତା'ର ଉପଦେଶ କଥା l
ତା ପେଟ ତାଡ଼ି ବଣ ଉଖାଡ଼ି ସମୁଦ୍ର ଉଝାଳି ପୋଷୁ ଆମ ପେଟ l ମାତା ଗୁଣେ କ୍ଷମା ଦିଏ ସେ କରେନି କେବେ ହଠ l
ଧନ ଲୋଭ ଆମ ଯାଏ ବଢ଼ି ବଢ଼ି ବନି ଯାଉ ଆମେ ପଶୁ l ବିବେକ ହରାଇ ବସୁମାତା ଦୁଃଖ ନ ବୁଝି ଆମେ କେବଳ ବିଦୃପେ ହସୁ l
ମାତୃ ମମତା ଦିଏ ସେ ଅଜାଡ଼ି ତଥାପି ଆମ ଉପରେ l
ଅତି କଷ୍ଟ ହେଲେ କଡ଼ ଲେଉଟାଏ ଭୂମିକମ୍ପ ଆଉ ସୁନାମି ଘୁର୍ଣ୍ଣି ବାତ୍ୟା ରୂପରେ l
ବୟାନ କରେ ସେ ନିଜ ଦୁଃଖ ପରମ ସ୍ୱାମୀଙ୍କ ଆଗରେ l
ପାପୀ ସନ୍ତାନମାନଙ୍କୁ ଦଣ୍ଡି ପାରେ ନାହିଁ ସେ ଯେ ବାତ୍ସଲ୍ୟ ମମତା ଭୋଳେ l
ଗୁହାରି ଜଣାଏ ଜଗନ୍ନାଥଙ୍କ ଆଗେ ଉପଶମ କରଣେ l
ପଠେଇ ଛନ୍ତି ସେ ବଡ଼ ମହାମାରୀ ସୁଧାରି ବାକୁ ଆତତାୟୀ ସନ୍ତାନ ଗଣେ l
କରି କରାଉ ଥାଏ ମୁହିଁ l
ମୋବିନୁ ଅନ୍ୟ ଗତି ନାହିଁ l
ମଣିଷ ବିବେକ ଯଦି ମାନବେ କରନ୍ତି ପୋଷଣ ଉଚିତ ସଂସାର ରକ୍ଷଣେ l
ଜଗନ୍ନାଥ କ୍ରୋଧ ଯିବ ଯେ ଉଭେଇ ବିଶ୍ୱବାସୀ ରହିବେ ସୁଖରେ l
