Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

2.5  

Ansuman Swain

Others

ଆମ ଗ୍ରାମ ଭାରି ସୁନ୍ଦର

ଆମ ଗ୍ରାମ ଭାରି ସୁନ୍ଦର

1 min
325



ଆମ ଗ୍ରାମ ନାମ ଅଟେ ସରମଙ୍ଗା

   ସବୁ କ୍ଷେତ୍ରେ ପରି ପୂର୍ଣ

ହସ ମଜା ଆମେ ନିତି କରିଥାଉ 

   କିଛି ଲାଗେ ନାହିଁ କ୍ଷୁର୍ଣ୍ଣ ।


ଆମ ଗ୍ରାମେ ଶୋଭା ଗ୍ରାମ ଦେବତୀଲୋ 

ଦୁଃଖ ସୁଖରେ ସେ ସାହା

ହସି ଖେଳୁ ଥାଉ ସାଙ୍ଗ ସାଥି ଆମେ

ହସି ଉଠେ ଆମ ମାଆ ।


ଆମ ଗାଁ ସୁନ୍ଦର ଗଛ ,ଲତା ବନ

 ସୁନ୍ଦର ଆମ ଧାନ କ୍ଷେତ

ଆମ ଗାଁ ସୁନ୍ଦର ଦାଣ୍ଡ ,ଧୂଳି ମାଟି 

  ବାର ମାସେ ତେର ଜାତ ।


ଆମ ପୁଷ୍କରିଣୀ କେଡେ ମନ ଲୋଭା 

  ହସି ଉଠେ ତାର କୂଳ

ଭାସ୍କର ଉଇଁଲେ କି ସୁନ୍ଦରି ଦିଶେ

  ମନେ ଆସିଯାଏ ବଳ ।

     

ପ୍ରଭାତେ କାକ ଘୁରି,ଘୁରି ବୋଲାଏ 

  ଲାଗଇ କେଡେ ମଧୁର

କୋଇଲି ର କୁହୁ ,କୁହୁ ଶବ୍ଦ ଶୁଣି 

   କର୍ଣ୍ଣକୁ ଲାଗେ ସୁନ୍ଦର ।


ଶୀତୁଆ ସକାଳେ ଖଟି ଚାଲିଥାଏ

   ହସି ,ହସି କଟେ ଦିନ

ଭାରି ଖୁସି ଲାଗେ ମା' ପଖାଳ କଂସା

   ମନେ ଦିଏ ଭାରି ସ୍ୱପ୍ନ ।



Rate this content
Log in