Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Others

3  

Gunanidhi Samal

Others

ଆମ ଗାଁ'ନଈ

ଆମ ଗାଁ'ନଈ

1 min
133


ଆମ ଗାଆଁ ନଈ ଯାଉଥାଏ ବହି

କୁଳୁକୁଳୁ ଗୀତ ଗାଇ

ଦୁଇକୂଳେ ତାର କାଶତଣ୍ଡି ଫୁଲ

ପବନରେ ଖେଳୁଥାଇ ।

ନଈ ଆରପାଖେ ମାମୁଘର ଗାଆଁ

ଅଳପ ଅଳପ ଦିଶ

ନାଉରୀ ଭାଇର ସୁମଧୁର ଗୀତ

ପବନରେ ଭାସିଆସେ ।

ବରଷା ଆସିଲେ ଦୁଈକୂଳ ଖାଇ

ନଈପାଣି ଫୁଲି ଉଠେ

ଶରତ ସକାଳେ କାଚକେନ୍ଦୁ ପାଣି

କେଡେ ନିରିମଳ ଦିଶେ ।

ହଂସ ହଂସରାଳି ଖେଳୁଥାନ୍ତି ଦୋଳି

ଉଡେ ମାଛରଙ୍କା ପକ୍ଷୀ

ଖାଇବାକୁ ମୀନ ବଗକରେ ଧ୍ୟାନ

ଚାଲୁଥାଏ ଛପି ଛପି ।

ନଈର ଏପାଖେ ଆମ ଗାଆଁ ଦିଶେ

ଆହା କେଡେ ମନୋହର

ବ୍ରାହ୍ମଣୀ ବ୍ରାହ୍ମଣୀ କହୁଥାନ୍ତି ଲୋକେ

ଶୁଖେନା ନଦୀ'ର ଧାର ।


Rate this content
Log in