Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Others

3  

Prasanna Kumar Madala

Others

ଆମ ଗାଆଁ ଝିଅ

ଆମ ଗାଆଁ ଝିଅ

1 min
9.2K



ଆମ ଗାଆଁ ଝିଅ ସିଏ କେଡ଼େ ନିରିମାଖୀ

ଶର୍ଫରୀ ସମାନ ତା'ର ଡିମା ଡିମା ଆଖି ,

ନୂଆ ନୂଆ ପୃଥିବୀରେ ଫୁଲ ସିନା ଫୁଟେ

ସପନ ସେ ଦେଖୁଦେଖୁ ନିତି ନିଦ ତୁଟେ ।


ପୂର୍ବାକାଶେ ସିନ୍ଦୂରା ତ ଶୀଘ୍ର ଯାଏ ଫାଟି

ଅଲରାକେଶକୁ ତାର ପଛ ପଟେ ଛାଟି ,

ଚୁଲି ଗର୍ଭେ ଠେଲିବାର ଅଛି ଜାଳକାଠ

କେମିତି ବା ଦି'ଅକ୍ଷର ପଢ଼ି ଥାନ୍ତା ପାଠ !


ଭାତଶାଗ ସଂସାରରେ ବେଳ କାହୁଁ ମିଳେ

ବେଶଭୂଷା ପାଇଁ ଭଲା ତର ନାହିଁ ତିଳେ ,

ବଦଳିଲେ ଦିନବାର କେତେ ଯାଇ ଆସି

ଘଟଣା ବି ଘଟେ ସିନା ହୋଇଯାଏ ବାସି ।


ରାଜନୀତି ବ୍ୟଭିଚାର ହତ୍ଯା ଓ ଧର୍ଷଣ

ଅଗୋଚର କିଏ କେତେ ସହଇ କଷଣ ,

ଜନ ବିସ୍ଫୋରଣ ସାଥେ ପ୍ରଦୂଷଣ କଥା

ଏତେସବୁ ଜଞ୍ଜାଳରେ ଖେଳାଏନି ମଥା ।


ନିଥର ତା' ବନ୍ଦଓଠେ ଗୀତ ଗାଉଗାଉ

ଦାଣ୍ଡ କଥା ଜାଣିବାରେ ସକ୍ଷମ କି ଆଉ ,

ପେଟପାଟଣାକୁ ନେଇ ଘରକାମେ ଯୁଟେ

ମାଛ ପରି ଭାତ ସତେ ହାଣ୍ଡି ମଧ୍ୟେ ଫୁଟେ ।


ପ୍ରସନ୍ନ କୁମାର ମାଦଳା


Rate this content
Log in