STORYMIRROR

Shashanka sekhar Ray

Others

2  

Shashanka sekhar Ray

Others

ଆମ ଦଶହରା

ଆମ ଦଶହରା

1 min
13.8K



ଶଶାଙ୍କ ଶେଖର ରାୟ


ଶରତର କାଶତଣ୍ଡୀ ପାଟ ପିନ୍ଧି

ଜଗତ ଜନନୀ ଆସୁଛନ୍ତି ଧରାକୁ

ଗାଁ ସହର କରୁଛି ଆବାହନ

ଚଳ ଚଞ୍ଚଳ ସଭିଏଁ ପାଇ ମାକୁ ।

ପରମ୍ପରାର ବୁକୁଚାବୁହା ମାନେ

ଚାନ୍ଦା ନାଁ ରେ ଗରିବର ତଣ୍ଟି ଧରି

ଜୋର ଜୁଲମ କରି କରନ୍ତି ଆଦାୟ

ପୂଣ୍ୟର ଗଣ୍ଠୁଲି ପାଇଯିବେ ଯେମିତି ପୂଜା କରି ।

ପ୍ରତିଯୋଗିତା ଚାଲିଥାଏ ବର୍ଷକୁ ବର୍ଷ

କିଏ ସୁନାରେ ତ୍ କିଏ ରୂପାରେ

ଛାଇଦିଏ ମା ଙ୍କର ଆପାଦମସ୍ତକ

କରି ମାନସିକ ଅବା ଖୁସି ମନରେ ।

ଆକାଶ ପବନ କମ୍ପିଉଠେ

ଆଲୋକ ମାଳେ ଡିଜେ ଶବ୍ଦରେ

ଅଭିନନ୍ଦନ ରିହାତି ଜୁଆର ମାଡିଆସେ

ନେତା ଠାରୁ ସାଧାରଣ ଦୋକାନୀର ଦୁଆରେ ।

ସରିଗଲେ ପୂଜା ଭସାଣୀ ବେଳେ

ଧାଡିକି ଧାଡି ଟଣା ମେଢ ଆଗେ

ମଦମତ୍ତ ମହିଷାଙ୍କ ଉଦଣ୍ଡ ନାଚ

ଛାତିଫଟା ଶବ୍ଦେ ଶେଷ କରୁଣା ଟିକେ ମାଗେ ।

ବିସର୍ଜନ ଦେଇ ନଦୀ ପୋଖରୀରେ

ନଡାଗଦାରୁ ଛାଡିଯାଏ ରୂପ ଯୌବନ

ଚାରିକାତ ମେଲି ଆକାଶକୁ ଚାହଁ

ଅସହାୟ ସେ ଦୃଶ୍ୟ ଅତି କରୁଣ ।

ଏଇ ଆମ ମାତୃ ପୂଜନ

ପ୍ରତିମାକୁ ଦେଇ ଜୀବନ୍ୟାସ

ପ୍ରତି ମା କୁ କରୁ ପଦାଘାତ

ଭାଙ୍ଗି ତାର ଅତୁଟ ବିଶ୍ଵାସ ।

କରି ଅତ୍ୟାଚାର ଧର୍ଷଣ ଲୁଣ୍ଠନ

ନିଜକୁ ଦେଇଛ ସଦା ମାରି

ମାତୃ ସମ୍ମାନ ଜାଣି ନାହଁ ଯଦି

କି ଲାଭ ଏ ପରମ୍ପରାକୁ ଜାବୋଡି ଧରି ।

,,,,,,ମୋ - 7377197999,,,,,,,,,,


Rate this content
Log in