ଆମ ବିଦ୍ୟାଳୟ
ଆମ ବିଦ୍ୟାଳୟ
1 min
135
ଆସ ପିଲେ ବିଦ୍ୟାଳୟ ଯିବା
ମନ ଦେଇ ପାଠ ପଢ଼ିବା
ଗୁରୁଜୀ ଗୁରୁ ମାଆଙ୍କ କଥା ମାନିବା
ଭଲ ପାଠ ପଢି ବଡ଼ ମଣିଷ ହେବା
ବିଦ୍ୟାଳୟ ଅଟେ ଆମ ମନ୍ଦିର
ସ୍ୱଛତା ରଖିବା ଆମେ ନିରନ୍ତର
ନୀରବତା ଆମେ ଶ୍ରେଣୀରେ ରଖିବା
ଭାଇ ଭଉଣୀ ହୋଇ ପାଠ ପଢିବା
ଶିକ୍ଷାର ମହତ୍ତ୍ୱକୁ ଆମେ ବୁଝିବା
ଆମ ଦେଶ ଜାତିର ସୁନାମ ରଖିବା
ସରକାର କରିଛନ୍ତି କେତେ ସୁବିଧା
ପାଠ ପଢା ରେ ନାହିଁ ଆଉ ଅସୁବିଧା
ଆମେ ଶିକ୍ଷିତ ହୋଇ ଆଗେଇ ଯିବା
ଆମ ଗୁରୁଜନଙ୍କ କଥାକୁ ମାନିବା
ମାତୃଭୂମି ମାତୃଭାଷାକୁ ଭୁଲି ଯିବା ନାହିଁ
ଏହା ଆମ ଗୌରବ ଆମରି ପାଇଁ
ବିଦ୍ୟା ଅଟଇ ତୁମ ସଭିଙ୍କ ଭୂଷଣ
ବିଦ୍ୟା କରିବ ତୁମକୁ ବିନୟ ଜାଣ
