Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

indira Satpathy padhi

Others

3  

indira Satpathy padhi

Others

ଆମ ଭବିଷ୍ୟତ

ଆମ ଭବିଷ୍ୟତ

1 min
352



ଧରିତ୍ରୀ କୋଳରେ ଆଶ୍ରୟ ନେଲୁ ତୁ

କୁନି ପାଦ ଥାମି ଦେଇ ,

କୁଆଁ କୁଆଁ ଶୁଣି ଆତ୍ମୀୟ ସଦୋର

ଗଲେ ତ ପାଶକୁ ଧାଇଁ ।


ନୂଆ ରାଇଜର ଅଚିହ୍ନା ମୁହଁକୁ

ମିଞ୍ଜି ମିଞ୍ଜି ଚାହୁଁଥିଲୁ,

ପ୍ରକୃତି ସ୍ପର୍ଶେ ନାଚି ନାଚେଇବାକୁ

ହୃଦୟୁ ମନସ୍ଥ କଲୁ ।


ଆହ୍ଲାଦ ବୀଜକୁ ରୋପିଲୁ ଧରାରେ

ଛୁଟିଲା ଖୁସି ଲହରୀ ,

ହସରୁ ଦି ' ବୁନ୍ଦା ମୁକ୍ତାକୁ ଝରାଇ

ମମତା ଦେଲୁ ବିସ୍ତାରି ।


ନୟନ ପିତୁଳା କୋମଳ ଶିଶୁ ତୁ

ରଖିବୁ ଦେଶର ମାନ ,

ସତ୍ୟ, ଧର୍ମ ପଥେ ହୋଇ ଅଗ୍ରସର

ହେବୁ ସୁଯୋଗ୍ୟ ସନ୍ତାନ ।


ବଡ଼ ହୋଇ ଦିନେ ଘୋଡ଼ା ଚଢ଼ିବୁ ତୁ

ହେବୁ ମହାନ୍ ମଣିଷ ,

ହାତେ ଧରି ତୂଳୀ ତହିଁ ରଙ୍ଗ ବଳି

ଆଙ୍କିବୁ ଚିତ୍ର ମାନସ ।


ଭାରତ ମାତାର ରକ୍ଷକ ସାଜିବୁ

ବକ୍ଷ ଦେଶ ଦମ୍ଭ କରି ,

ଦେଖି କର୍ମ ତୋର ଭୟରେ ଭକ୍ଷକ

ସ୍ଵରାଜ୍ୟ ଯିବେ ଫେରି ।


ବିପଦ ନିକଟିଲେ ବସୁଧା ମା ' ର

ପଣତରେ ହେବୁ ଢାଙ୍କି ,

ଲୋଭ ଆଶକ୍ତିରେ ନିଜକୁ ବିକ୍ରୟି 

ଦେଶକୁ ଦବୁନି ଫାଙ୍କି ।


ଅଦ୍ୟ ପବିତ୍ର ଶିଶୁ ଦିବସେ ନେବୁ

ଗୋଲାପ ସମ ଶପଥ ,

ତୋ ଟିକି ହାତେ ଗଢ଼ିବୁ ଦେଶର

ଉଜ୍ଜ୍ୱଳ ଭବିଷ୍ୟତ ।

                 


Rate this content
Log in