STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଆମ ବାରମାସ

ଆମ ବାରମାସ

1 min
374


ଚୈତ୍ର ହୋଇ ମୈତ୍ର ଦେଉଥାଏ ଖରା

ଜଳିଯାଏ ଦେହ ଧରା

ବଇଶାଖ ପାଖ ଆହୁରି ଆରୁଖ

ହାହାକାର ଲାଗେ ସାରା


ଆଷାଢ ଜ୍ୟେଷ୍ଠରେ ଚଷାଭାଇ କୂଳ

ଯୋଚୁଥାନ୍ତି ନିଜ ହଳ

ଅବନୀ ବକ୍ଷକୁ ଚିରି ବିଦାରିବେ

ଆଣିବେ ଶସ୍ୟ ଶ୍ୟାମଳ


ଧିରେ ଧିରେ କରେ ଭାଦ୍ରବ ପ୍ରବେଶ

ସୁନିର୍ମଳ ଦିଶେ ଦିଶ

ଦେଇ ପୁଷ୍ପ ରାଜି ସୁବାସେ ସରଜି

ଦେଉଥାନ୍ତି ମନେ ହସ


ଆଶ୍ଵିନ ଆସନ୍ତେ କିରଣ ଝଲକେ

ଝଲକାଏ ଶଶୀ ମନ

ଶସ୍ୟମୟ ଦେଖି କୃଷକେ ହ୍ଳାଦକୀ

ଆନନ୍ଦରେ ଗାଏ ଗାନ


କାର୍ତ୍ତିକ ମାସରେ କଁଅଳେ ପତର

ଯେତେ ପୂଣ୍ୟ କାର୍ଯ୍ୟ ହୁଏ

ଜଗତେ ଜାଣନ୍ତି ସଂକୀର୍ତ୍ତନ ଧ୍ୟାନେ

ଭକ୍ତି ରସେ ଭାବ ବହେ


ମାସ ମଧ୍ୟେ ମାସ ମାର୍ଗଶୀର ମାସ

ଲକ୍ଷ୍ମୀ ନାରାୟଣେ ଧ୍ୟାନ

ଶୀତଳ ପବନ କାହା ପାଇଁ ଯମ

କାହା ପାଇଁ ଜୀବଦାନ


ପୌଷ ମାଘ ଶୀତ କଷ୍ଟ ଅପ୍ରମିତ

ହସୁଥାଏ କିନ୍ତୁ କ୍ଷେତ

ଥଣ୍ଡା ବିରାଜିଲେ କୃଷକ ହସିଲେ

ପରିବା ମିଳେ ବହୁତ


ଫଗୁ ଫଗୁଣରେ ଖେଳୁଥାନ୍ତି ଘରେ

ପଞ୍ଚୁ ଦୋଳି ବିମାନରେ

ପାଉଥାନ୍ତି ଭୋଗ ସବୁଠି ଠାକୁରେ

ବର୍ଷାରମ୍ଭ ହେବ ଚୈତ୍ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍