STORYMIRROR

Dhiren Bag

Others

4  

Dhiren Bag

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
465


ଆମେ ଓଡିଆ ଭାରି ବଢିଆ

ବିଶ୍ବେ ଥାଉ ଆମେ ବନ୍ଦନୀୟା

ସୁନ୍ଦର ରାଇଜ ସୁନ୍ଦର ବନ

ତାଠୁ ସୁନ୍ଦର ଆମ ପାଣି ପବନ  ।


ଆମ ସଂସ୍କୃତି ଆମ ଐତିହ୍ୟ

ବିଶ୍ବ ଦରବାରେ ହେଇଛୁ ଠିଆ ।


ବାରଟି ମାସେ ତେରଟି ଯାତ

ପାଳନ୍ତି ଏକାଠି ହେଇଣ ମିତ ।


ବାଲି ଯାତର ବାଲିଆ ନାଟ

ବିଶ୍ବେ ଦେଖାଇଛି ତା ଆହଟ ।


ଆମ ଐତିହ୍ୟ ଅଟେ ପୂରାତନ

ଇତିହାସ କରୁଛି ତାରିଗାନ।


ସଂସ୍କୃତି ସଂପନ୍ନ କାର୍ତ୍ତିକ ମାସ

ଗୌରବ ଆମ ଜାତି ଇତିହାସ

ମନେ ରଖିବାକୁ ଏଇ ଐତିହ୍ୟ

ପାଳନ କରେ ବୋଇତ ବନ୍ଦାଇ ।


ଆମ ପରିଚୟ ଆମ ଐତିହ୍ୟ

ସଗର୍ବେ ଗାଏ ଆମରି ଜୟ  

ଭିନ୍ନ ଭିତରେ ଆମେ ଓଡିଆ

ଆମ ସଂସ୍କୃତି, ଐତିହ୍ୟ ବଢିଆ



Rate this content
Log in