STORYMIRROR

Jitendra Seth

Others

4  

Jitendra Seth

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
170

ପରବ ପର୍ବାଣୀ ଜାନୀ ଯାତରା

ହୋମ ଯଜ୍ଞ ପୂଜା ପାଠ

ଏ ସବୁକୁ ନେଇ ଆମରି ଐତିହ୍ୟ

ଓଡ଼ିଶା ମାଟିର ଥାଟ ।। 


ପଣା ସକରାନ୍ତି ରଜ ମଉଜ 

ନୂଆଁଖାଇ ଦୀପାବଳି 

କାର୍ତ୍ତିକ ପୁନେଇ ବୋଇତ ବନ୍ଦାଣ

ଚଇତି ଘୋଡ଼ା ଓ ହୋଲି ।। 


ଖୁଦୁରୁକୁଣୀ ଭାଇ ଜିଉଁନ୍ତିଆ 

କୁଆଁର ପୁନେଇଁ ଓଷା 

ଶୁଖୁଆ ବୋଉ ପ୍ରଥମାଷ୍ଟମୀ 

ଗୁରୁବାର ମାଣବସା ।। 


ରଥ ଯାତରା ଗଣେଶ ପୂଜା 

ସାବିତ୍ରୀ ବ୍ରତ ପାଳନ 

ସରସ୍ଵତୀ ପୂଜା ପୁଅ ଜିଉଁନ୍ତିଆ 

ଏସବୁ ଐତିହ୍ୟ ଚିହ୍ନ ।। 


ଓଡ଼ିଶୀ, ଘୁମୁରା, ଗୋଟିପୁଅ ନାଚ 

ସମ୍ବଲପୁରୀ ଡାଲଖାଈ 

ଦାସ କାଠିଆ, ପାଲା, ସଙ୍କୀର୍ତନ 

ସଭିଙ୍କ ମନ ମୋହଇ ।। 


ଘୁଡୁକା, ମାନ୍ଦଳ, ସାରଙ୍ଗି, ଖଞଣି 

ଟମକ, ଢ଼ୋଲ, ନିଶାନ 

ମହୁରୀ, ଝୁମୁକା, ତାଳ, କସ୍ତାଳ 

ଆମ ସଂସ୍କୃତିର ପ୍ରାଣ ।। 


ସପ୍ତାଶ୍ଚର୍ଯ୍ୟ ମଧ୍ୟେ କୋଣାର୍କ ମନ୍ଦିର 

ଗାଏ ଐତିହ୍ୟର ଗାଥା 

ଲିଙ୍ଗରାଜ, ପୁରୀ ଆହୁରି ଅନେକ 

ବଖାଣନ୍ତି ମାଟି କଥା ।। 


ସବୁରି ଆଗରେ ଆମରି ଓଡ଼ିଶା 

ଐତିହ୍ୟରେ ପରିପୂର୍ଣ୍ଣ 

ପରମ୍ପରା ଓ ସଂସ୍କୃତିରେ ଭରା

ଧନ୍ୟ ମୋ ଓଡ଼ିଶା ଧନ୍ଯ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍