STORYMIRROR

Ashis Kumar Swain

Others

3  

Ashis Kumar Swain

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
170

ଅତୀତ ସାଧବ ବୋହୂଙ୍କ ବନ୍ଦାଣ ବୋଇତ ହୋଇଛି ଆମର କୀର୍ତ୍ତି ,

ଆ କା ମା ପାନ ଗୁଆ ଥୋଇ ଓଡ଼ିଆ ପୁଅ ଐତିହ୍ୟ ସଂସ୍କୃତି ।

କାର୍ତ୍ତିକ ପୂର୍ଣ୍ଣିମା ନିକଟି ଆସିଲେ ରମ୍ଭା ପଟୁକା ରେ ନଉକା ମାନ,

ବୋଇତ ବନ୍ଦାଣ କେଡେ ମଜା ଥିଲା ସାଧବଙ୍କ କଥା ପଡ଼ଇ ମନ ।

ବିଶ୍ଵଦରବାରେ ପାଇଅଛି ସ୍ଥାନ ଶ୍ରେଷ୍ଠ ନୃତ୍ୟ ହେଲା ଆମ ଓଡ଼ିଶୀ ,

ଫାଲଗୁନ ମାସେ ଶିବଙ୍କ ଉଦ୍ଦେଶ୍ୟେ ଉଜାଗର ରହି ପାହଇ ନିଶି ।

ରାଧା କୃଷ୍ଣଙ୍କର ଯୁଗଳ ମୂରତି ବିମାନରେ କେଡେ ସୁନ୍ଦର୍ ଦିଶେ ,

ହୋଲି ରଙ୍ଗ ଖେଳି ମୋ ଓଡ଼ିଶାବାସୀ ଅବୀର ରଙ୍ଗରେ ଶରୀର ମିଶେ ।

ହିନ୍ଦୁ ମଥାମଣି ଉତ୍କଳ ଗୌରବ ରଥଯାତ୍ରା ପୁଣି ବିଶ୍ୱରେ ସାର,

କି ସୁନ୍ଦର ଲାଗେ ଘୋଡ଼ା ନାଚ ଦେଖି ନାମ ସଂକୀର୍ତ୍ତନ ଚୈତନ୍ୟଙ୍କର ।


Rate this content
Log in