Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

5.0  

Rajalaxmi Tripathy

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
307


ଆମ ଐତିହ୍ୟ କହିଚାଲେ ସଦା

ମାନବତା ର ମନ୍ତ୍ର

ବିଶ୍ବ ର ସକଳ ବିଭବ କୁ ଧରି

ହୋଇଛି ସେ ସ୍ବତନ୍ତ୍ର ।


ସତ୍ୟ ସନ୍ଧାନ ଜ୍ଞାନ ଅନ୍ବେଷଣ

ବେଦ ର ଦିବ୍ୟ ବାଣୀ

ଦିବ୍ୟ ଦ୍ରଷ୍ଟା ଋଷି ଉପଲବ୍ଧ ରତ୍ନ

ମାଟି ରେ ହୋଇଛି ବୁଣି ।


ଉପନିଷଦ ଓ ପୁରାଣ ର କଥା

ମହାକାବ୍ୟ ମହାଗାଥା

କଥାସାହିତ୍ୟ ଓ ନାଟକ କହେଯେ

ଜାତିର ମରମ କଥା ।


ସର୍ବତ୍ୟାଗୀ ସାଧୁ ସନ୍ଥ ଜ୍ଞାନୀ ଗୁଣୀ

ଉଦାର ପଣରେ ରହି

ଅତୁଟ ରଖିଲେ ଜାତିର ଐତିହ୍ୟ

ବିଶ୍ବ ଦରବାରେ ନେଇ ।


କାବ୍ୟ କବିତା ଶିକ୍ଷା ସଂସ୍କୃତି

ଦର୍ଶନ ଓ ଶିଳ୍ପ କଳା

ଏ ସବୁକୁ ନେଇ ସମୃଦ୍ଧ ଆମର

ଐତିହ୍ୟ ପରମ୍ପରା ।


ଐତିହ୍ୟ କେବଳ ସୀମିତ ନୁହଁଇ

ପର୍ବପର୍ବାଣି କୁ ନେଇ

ଯାନି ଯାତରା ମେଳା ମଉଚ୍ଛବ

ତା'ସାଥେ ମିଶିଲେ ରହି ।


ଭାରତବର୍ଷର ବିଶାଳ ଐତିହ୍ୟ

କେତେ ଯେ ରହିଛି ଦିଗ

ଅନନ୍ୟ ସ୍ଥାପତ୍ୟ ,ଶାସ୍ତ୍ରୀୟ ସଙ୍ଗୀତ

ନୃତ୍ୟ କଳାର ମହକ ।


ଏ ମହାଜାତିର ସମୃଦ୍ଧ ଐତିହ୍ୟ

ଚିନ୍ତାର ଚୂଡାନ୍ତ ଗତି

ମଧୁମୟ ତାର ଚେତନା ପ୍ରଗତି

ଢ଼ାଳିଛି ସେନେହ ପ୍ରୀତି ।


ଐତିହ୍ୟ ଜାତିର ଚୈତ୍ୟ ସ୍ବରୂପ

ଜାତିର ଅମୂଲ୍ୟ ମଣି

ଅଭିବ୍ୟକ୍ତ କରେ ଅସୀମ ଚେତନା

ବିଶ୍ବ ମୈତ୍ରୀ ବାଣୀ ।


ଭାବଗତ ଏକ ଶକ୍ତି ରେ ବନ୍ଧା

ପ୍ରକୃତି ବିଭବ ଭରା

କ୍ଷୟିଷ୍ଣୁ ନକରି ଐତିହ୍ୟ ଆମର

ସାଇତି ରଖିବା ଧାରା ।


Rate this content
Log in