ଆମ ଐତିହ୍ୟ
ଆମ ଐତିହ୍ୟ
1 min
186
ଆଜିର ଦିନରେ
ଆନ୍ଦୋଳିତ ହୁଏ
କାଲିର କଥା
କର୍ପୁର ଉଡି ଯାଇଛି
କନା ପଡି ରହିଛି ।
ଏହିତ ଆମ ଐତିହ୍ୟ
ଆଜି ଆମେ ଖୋଜୁଛୁ
ଆ.. କା.. ମା..ବୈ
ସ୍ଵର ବର୍ଣ୍ଣ
ବ୍ୟଞ୍ଜନ ବର୍ଣ୍ଣ
ବର୍ଣ୍ଣମାଳାର ଊଚ୍ଚାରଣରେ
ଆମ ଐତିହ୍ୟର
ଅଲିଭା ପାଦ ଚିହ୍ନ ।
ଯାହା ଆମକୁ ଚେତେଇବ
ଆମ ଗର୍ବ ଗୌରବମୟ
ଅତୀତର ସ୍ଵର୍ଣ୍ଣାଭ
ଆଚରଣ ଉଚ୍ଚାରଣ ଆରୋହଣ
କଥା ଓ କାହାଣୀ ।
