ଆମ ଐତିହ୍ଯ
ଆମ ଐତିହ୍ଯ
1 min
453
ସବୁଜ ବନାନୀ ଘେରା ଆମରି ଦେଶ
ସୁନ୍ଦର ତା କୀର୍ତ୍ତିରାଜି ସୁନ୍ଦର ତା ବେଶ
ବାର ମାସେ ହୁଏ ତେର ପରବ
ହିନ୍ଦୁ ବାେଲି ଆମେ କରୁ ଗୈାରବ ।
ଆଷାଢେ ଗୁଣ୍ତିଚା କାର୍ତ୍ତିକେ ରାହାସ
ମାର୍ଗଶୀରେ ଲକ୍ଷ୍ମୀ ଆସନ୍ତି ଧରାପୃଷ୍ଠ
ଯାନିଯାତ୍ରା ପାଇଁ ଉତ୍କଳ ଖ୍ୟାତି
ଅଭଡା ପାଇଁ ପ୍ରସିଦ୍ଧ ପୁରୀ ।
ଚନ୍ଦ୍ରଭାଗା ଯାର ପାଦ ଧାେଇଥାଏ
ସୂର୍ଯ୍ୟ ମନ୍ଦିର କାେଣାର୍କ ସିଏ
ଚିଲିକା ହ୍ରଦଟି ଅତି ସୁନ୍ଦର
ବିଦେଶି ପକ୍ଷୀର ଅଟେ ଗନ୍ତାଘର ।
