STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଆମ ଅଧିକାର

ଆମ ଅଧିକାର

1 min
366

ଟିକି ଝିଅ ମୁହିଁ ମାଗେ ଅଧିକାର

ଫେରେଇ ଦିଅ ହେ ସବୁ

ସ୍ୱାଧୀନତା ଧରି ବୁଲିବାକୁ ଚାହେଁ

କାହିଁକି କରୁଛ କାବୁ?

    -ନିରାପତ୍ତା-

ନିରାପତ୍ତା ବୋଲି ମୁଠାଏ ମିଳୁନି

ସ୍ୱାଧୀନ ଭାରତ ବର୍ଷେ

ଘରୁ ବାହାରିଲେ ବିପଦର ଚିହ୍ନ 

ଦେହ ମନ ନୁହେଁ ହର୍ଷେ।

     ଆଶା

ଜନ୍ମ ହେଲା ଦିନୁ ଆଶା ନାହିଁ ମୋଟେ

ବାପା ଭାଇ କି ବନ୍ଧୁଙ୍କୁ

ସଭିଏଁ ଲୋଲୁପ ଦୃଷ୍ଟି ନିକ୍ଷେପନ୍ତି

ଏହି ରାକ୍ଷସ ଗଣଙ୍କୁ।

     -ଶିକ୍ଷା-

ଶିକ୍ଷା ଦିଅ ମୋତେ ଅଶିକ୍ଷିତ ଠାରୁ

ରଖ କିଆଁ ବହୁ ଦୂରେ

ପୁରୁଷ ସଦୃଶ ଅଧିକାର ମାଗେ

ନ ଲୁଚାଅ ବନ୍ଦୀ ଘରେ?

     -ଶାନ୍ତି-

ସ୍ୱାଧୀନ ଭାରତ ହୋଇଲେ କି ହେଲା

ଶାନ୍ତିଟେ ପାଇବା ପାଇଁ

ଆକୁଳ ଚିତ୍କାରେ କରୁଅଛି ସଦା

ତଥାପି ନ ଶୁଣ କେହି?

    -ନ୍ୟାୟ-

ନ୍ୟାୟ ଦିଅ ମୋତେ ଶୋଷଣ ଲୁଣ୍ଠନ

ବଳାତ୍କାର ହେଉଅଛି

ସଂସାର ହାଟରେ ମୋ ପରି ସଭିଏଁ

ନ୍ୟାୟ କିଏ ପାଉଅଛି?

    ସମାନତା-

ଭୁଆଁ ବୁଲଉଛ ସମାନତା କହି

ବାଛ ବିଚାରଟେ ନାହିଁ

ଭୃଣରେ ଥାଉଁଣୁ ହତ୍ୟା କରୁନ କି

ଝିଅ ଭାବ ସଦା କାହିଁ?

   -ମାନବିକତା-

ମାନବିକତାକୁ ପୋଡି଼ ଖାଇଲଣି

ହୋଇ କି ରାକ୍ଷସ ସମ

ସ୍ୱାଧୀନତା ଖାଲି ତୁଣ୍ଡରେ ଚାଲିଛି

ହୃଦୟେ ବାସନା କାମ।

    -ଗୌରବାନ୍ୱିତ୍ୱ-

ଗୌରବାନ୍ୱିତ୍ୱ ମୁଁ ହୋଇବି କେମିତି

କାହାକୁ ସାଙ୍ଗରେ ଧରି

ଅଧିକାର ଡାହା ମିଛରେ ଚାଲିଛି

ଦେଖ ଆଗପଛ ଘୂରି?

ଆଜି ଦିନ ପାଇଁ ଭଳିଯିବି କିଆଁ

ସ୍ୱାଧୀନ ସ୍ୱାଧୀନ କହି

ଧିକ ଜୀବନ ମୋ ଅଧିକାର ମାଗେ

ୟାକୁ ତାକୁ ଦୌଡିଯାଇ?

ଏ ଭାରତ ଆଜି ହଳାହଳ ବିଷ

ଅଧିକାର ନାହିଁ ଏଠି

ଭାଗ୍ୟକୁ ନିନ୍ଦୁଛି ଜନ୍ମ ହେଲି କିଆଁ

ନ ମଲି ଅବା କେଉଁଠି?



Rate this content
Log in