STORYMIRROR

Ramani Kanta Sahu

Children Stories

4  

Ramani Kanta Sahu

Children Stories

ଆଲୁ

ଆଲୁ

1 min
232


 ଆଲୁ ରେ ଆଲୁ

କେନୁ ତୁଇ ଆଏଲୁ

ଏନ୍ ତା ମହନି ଲଗେଇଦେଲୁ

ତତେ ଛାଡି ଜିଇଁ ନାଇଁ ପାର୍ ଲୁ। 


ଆଲୁଭଜା, ଆଲୁ ତର୍ କାରି, ଆଲୁଦମ୍

ଆଲୁଚପ୍ ଆଲୁବରା, ସମାେସାଗରମ୍

ଆଲୁପରଠା, ଆଲୁଭର୍ ତା, ଆଲୁଚିପ୍ ସ୍

ତୋର୍ ସୁଆଦ୍ ଯେ ଜାଇନ୍ ଛେ

କାଏଁ କର୍ ବା ତତେ ମିସ୍? 


କେ ଖାଏସି ତତେ ସିଝେଇକରି

କେ ଖାଏସି ତତେ ପୁଡେଇକରି

ଆର୍ କେ ଖାଏସି ଭାଜିକରି

ସବ୍ କର୍ ମନ୍ କେ ଖୁସ୍ କରଉଛୁ

ତୋର୍ ଭିନ୍ ଭିନ୍ ରୁପ୍ ଧରି। 


ନଦୀ ମେଁ ବାଲୁ, ସବ୍ ଜି ମେଁ ଆଲୁ ବଲ୍ ସନ୍

ଆର୍ ଗାଏସନ୍ ତୋର୍ ଗୁନ୍

ହେଲେ ତୋର୍ ସୁ୍ଆଦ୍ ଟା ଛୁଛା ଆଏ, ଯଦି ପଡି ନୁନ୍

ନୁନ୍ ଥିଲେ ଲାଗ୍ ସି ସୁଆଦ୍ ସବୁ ତୋର୍ ତୁନ୍ । 


ଆଲୁ ରେ ଆଲୁ

ତୋର୍ ଆଉ ଗୁଟେ ମିନିଂଗ୍ ଆଏ ଶୁନ୍

ଟେଙ୍ଗନୁର୍ ବୁଆ ଟେଙ୍ଗନୁ କେ ବଏଲା 

ବାବୁ ଟିକେ ଶୁନ୍

ପରୀକ୍ଷା ତ ଦେଇଥିଲୁ 

କହ କେତେ ମାର୍କ ପାଏଲୁ? 

 ଟେଙ୍ଗନୁ ବଏଲା , ପରୀକ୍ଷା ତ ଭଲ୍ କରିଥିଲି

ହେଲେ ପାଏଲି ଗୁଟେ ବଡ୍ ଆଲୁ । 


ଆଲୁ , ତୁଇ ଅଛୁ ବଲି 

ତୁନ୍ ତର୍ କାରି ନାଇ ହେଲେ ବି 

ପଖାଲ୍ ଗର୍ ସେ ପାର୍ ସୁଁ ଗିଲି 

ତୋର୍ ବିନା ଆଉ ନାଇଁ ହେବାର ନ ଚଲି । 


 ଆଲୁ ରେ ଆଲୁ

କେନୁ ତୁଇ ଆଏଲୁ

ଏନ୍ ତା ମହନି ଲଗେଇଦେଲୁ

ତତେ ଛାଡି ଜିଇଁ ନାଇଁ ପାର୍ ଲୁ। 









Rate this content
Log in