STORYMIRROR

Rakesh Sahoo

Others

3  

Rakesh Sahoo

Others

ଆଲୋକର ପର୍ବ

ଆଲୋକର ପର୍ବ

1 min
13.7K




କେତେ ଆଶା ନେଇ ଆସେ

କିଛି ନୂଆ କିଛି ପୁରୁଣା ସେ ।।


କିଛି ବାର୍ତ୍ତାକୁ ସାଥେ ଧରି

କହେ ଟିକେ ଅଳି କରି ।।


ଆସ ପାଳିବା ଆଲୋକର ପର୍ବ

ନରଖି ମନରେ ଟିକେ ଗର୍ବ ।।


ଆଲୋକିତ ହେଉ ସାରା ସଂସାର

ନରହୁ କାହା ମନେ ଟିକେ ଡର ।।


କରିବାନି ଆମେ ଶବ୍ଦ ପ୍ରଦୂଷଣ

ବିଷାକ୍ତ ଧୂଆଁରେ ନବୁଡିବା ପୁଣ ।।


ନିଜର ଶତ୍ରୁ ହେବାନି ନିଜେ

ସର୍ତକ ଘଣ୍ଟି ସଦା ଯେ ବାଜେ ।।


ପୂର୍ବ ପୁରୁଷଙ୍କୁ ମନେ ପକାଇବା

ତାଙ୍କ ଉପଦେଶ ମାନି ଚଳିବ ।।


ରୋଗୀ ଓ ବୃଦ୍ଧାଙ୍କ କଥା ଭାବିବା

ଆମ ଖୁସି ପାଇଁ ତାଙ୍କୁ ଏଡ଼ାଇବା ।।


ଅଯୋଧ୍ୟା ଆଜି ବି ଚାହିଁ ରହିଛି

ସ୍ୱାଗତ ପାଇଁ ଦୀପ ବି ଜଳୁଛି ।।


ଜଳିବା ଆମେ ସାଳିତା ଟିଏ ହୋଇ

ଆଲୋକର ଉତ୍ସ ସାଜି କାପାଇଁ ।।


ରଙ୍ଗ ବେରଙ୍ଗର ରଙ୍ଗୋଲି ପଡିଛି

ଘର ଘର ଆଜି ହସି ଉଠୁଛି ।।


ଦେଉ ଏକ ନୂତନ ବାର୍ତ୍ତା ଏ କବିତା

ଛୋଟ ପ୍ରୟାସଟି ନଯାଉ ବୃଥା ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍